BREAKING
Loading...
:

ମେଡ଼ିକାଲ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ଛଅ ଜୀବନ ଚାଲିଯିବlର ଅଭିଯୋଗ l

 ମେଡ଼ିକାଲ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ଛଅ ଜୀବନ ଚାଲିଯିବlର ଅଭିଯୋଗ l



କୋରାପୁଟ/ ତା/04/06/ଗତ କାଲି ରାତି କୋରପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ ପାଇଁ ଏକ କଳା ଦିନ ଥିଲା ବୋଲି କହିଲେ ଭୁଲ ହେବନି ଗତକାଲି ବିଳମ୍ବିତ ରାତିରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଆଇ ସି ୟୁ ୱlର୍ଡ ରେ ପନ୍ଦର ମିନିଟ୍ ଭିତରେ ତିନି ଜଣ ରୋଗୀ ମୃତ୍ୟୁ ବରଣ କରିଥିବା ଓ ୱlର୍ଡ ରେ ଆଉ ଦୁଇ ଜଣ ରୋଗୀ ଙ୍କ ର ମୃତ୍ୟୁ ହୋଇଥିବାପରିବାର ବର୍ଗ ତଥା ରୋଗୀଙ୍କ ର ସଂପର୍କିୟ ଅଭିଯୋଗ କରିଥିବା ବେଳେ ଆଜି ଆଉ ଜଣେ ରୋଗୀ ଙ୍କ ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ଅନ୍ୟପଟେ ଜିଲ୍ଲା ପ୍ରଶାସନ କହିଛି ଅଭିଯୋଗ ର ତଦନ୍ତ ଏକ କମିଟି ଗଠନ କରି କରାଯିବା ସହ ଯଦି ଆବଶ୍ୟକତା ପଡ଼େ  ରାଜ୍ୟସରକାର ଙ୍କ ସହାୟତା ନିଆଯିବ ବୋଲି କହିଥିଲେ l ମୃତକ ମାନେ କୋରପୁଟ ବୋରିଗୁମ୍ମା କଳାହାଣ୍ଡି ଅଞ୍ଚକ ର ହୋଇଥିବା ବେଳେ ଆୟୁସି ୱlର୍ଡ ରେ ଭଗବାନ ପରଜା ଶୁକ୍ରl ମାଝୀ ରୁକ୍ମିଣୀ ଖୁଣ୍ଟିଆ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି l ସେହିପରି ବତିଖରା ଓ ଫୁଲମତି ମାଝୀ ୱlର୍ଡ ରେ ମୃତ୍ୟୁ ବରଣ କରିଛନ୍ତି l ସେହିପରି କୋଟପାଡ଼ ର ଜଗନ୍ନାଥ ପୂଜାରୀ ଅନ୍ୟତମ ଅଟେ l ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ କ୍ରସ ପାଣ୍ଠି ରୁ ମୃତକ ଙ୍କ ପରିବାର ଙ୍କୁ ଦଶ ହଜାର ଟଙ୍କା ଆର୍ଥିକ ରାଶି ସହାୟତାପ୍ରଦାନ କରାଯାଉଛି l ଅନ୍ୟପକ୍ଷେ ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷ ରୁ ବରମ୍ ପୁର୍ ଗୋଟେ ଡିଏମ ଏ ଲ ଟି ଗୋଟେ ଟିମ୍ ଟିମ୍ କଟକ ରୁ ଗୋଟେ ଟିମ୍ ଆଜି ରାତି ସୁଦ୍ଧା କୋରପୁଟ ରେ ପହଞ୍ଚି ଘଟଣା ର ତଦନ୍ତ କରିବେ ବୋଲି କୋରପୁଟ ମେଡ଼ିକାଲ କଲେଜ କତୃପକ୍ଷ ଡ ଶୁଶାନ୍ତ କୁମାର ସାହୁ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି l ମୃତକ ଙ୍କ ଘଟଣାଟି ଜିଲ୍ଲା ରେ ଚହଳ ସୃଷ୍ଟି କରିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS