ଦିନ କୁ ଦିନ ରାଜନୀତି ପାଣିପାଗ ବଦଳିବା କୁ ଯାଉଥିବା ଦେଖିବାକୁ ମିଳୁଛି।
ବିଜେଡ଼ି ଛାଡି କଂଗ୍ରେସ ଦଳ ରେ ଯୋଗ ଦେଲେ ୬୦ ରୁ ଉର୍ଦ୍ଧ୍ବ ଯୁବକ।
ହିଞ୍ଜିଳି ରେ ବିଜେଡ଼ି କୁ ଲାଗିଛି ବଡ଼ ଝଟକା୍ ।
ହିଞ୍ଜିଳି କଂଗ୍ରେସ କୁ ମଜୁବୁତ୍ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡ଼ି ଛାଡି କଂଗ୍ରେସ ଦଳ ରେ ଯୋଗ ଦେଇଥିବା ଯୁବକ ଭାଇ
ଗଞ୍ଜାମ ଜିଲ୍ଲା ର ଚର୍ଚ୍ଚିତ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ହିଞ୍ଜିଳି ବ୍ଲକ ପୂର୍ବତନ କଂଗ୍ରେସ ସଭାପତି ଶ୍ରୀ ଶିବରାମ ପ୍ରଧାନ ଓ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସଞ୍ଜୟ ସ୍ବାଇଁ ଙ୍କ ନେତୃତ୍ବରେ ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଙ୍କ ବାସଭବନ ଠାରେ ବିଧାୟକ ଙ୍କ ଉପସ୍ଥିତ ରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ୬୦ ରୁ ଉର୍ଦ୍ଧ୍ବ ଯୁବକ ନିଜର ଇଚ୍ଛା ଶକ୍ତି ବଢ଼ାଇ ରବିବାର ଦିନ ମଧ୍ୟାହ୍ନ ସମୟ ରେ ବିଜେଡ଼ି ଦଳ ଛାଡି କଂଗ୍ରେସ ଦଳ ରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment