BREAKING
Loading...
:

ଅବସର କାଳୀନ ସମ୍ବର୍ଦ୍ଧନା ସଭା

 ଅବସର କାଳୀନ ସମ୍ବର୍ଦ୍ଧନା ସଭା


ଭାପୁର (ବିଭୂତି ମହାପାତ୍ର) ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଇଗୁଣିଆସ୍ତ ପଠାଣି ସାମନ୍ତ ମହାବିଦ୍ୟାଳୟ ଅଡିଟୋରୀୟମ ପରିସରରେ ମହାବିଦ୍ୟାଳୟର ଗ୍ରନ୍ଥାଗାରିକ ଶ୍ରୀ ବଂଶୀଧର ହରିଚନ୍ଦନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼.ସ୍ଵଚ୍ଛସଲୀଳା ମହାପାତ୍ର ଅଧ୍ୟକ୍ଷତା କରିଥିଲେ. ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟାପକ ବଳରାମ ସାହୁ, ଭାଗିରଥି ମହାରଣା,ଗୋପବନ୍ଧୁ ଚୌଧୁରୀ, ବରିଷ୍ଠ କିରାଣୀ ଲକ୍ଷ୍ମୀଧର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ.ନିମନ୍ତ୍ରିତ ଅତିଥି ଭାବେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ଶତପଥୀ, ପ୍ରାକ୍ତନ ଉପ ଗ୍ରନ୍ଥାଗାରିକ ବିରଞ୍ଚି ଜେନା ଯୋଗଦେଇ ବଂଶୀଧର ହରିଚନ୍ଦନଙ୍କ ଗୁଣଗାନ କରିଥିଲେ. ଏହି ଅବସର ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦେଇଥିଲେ ।

ମଣିଭଦ୍ରା ଖବର, ଭାପୁର 

Post a Comment

أحدث أقدم
Header ADS