BREAKING
Loading...
:

ଦହିଖାଇ -ବରକୋଳି ରାସ୍ତା ପାଲଟିଛି ମରଣଯନ୍ତା, କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

 ଦହିଖାଇ -ବରକୋଳି ରାସ୍ତା ପାଲଟିଛି ମରଣଯନ୍ତା, କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ                                    



  ଖଣ୍ଡପଡ଼ା ୩୦/୬ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହିରୁ କୋସ୍କାକୁ ସଂଯୋଗ କରୁଥିବା ରାସ୍ତାର ଦହିଖାଇ ଠାରୁ ନିକଟସ୍ଥ ବରକୋଳିଛକକୁ ସଂଯୋଗ କରୁଥିବା ରାସ୍ତା ଦିର୍ଘ ଦିନ ଧରି ମରାମତି ଅଭାବରୁ ମରଣଯନ୍ତା ପାଲଟିଥିବା ଜଣାପଡିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ସାମାନ୍ଯ ବର୍ଷା ହେଲେ ଦିନଦିନ ଧରି ଖାଲ ଗୁଡିକରେ ପାଣି ଜମି ରହୁଛି।ଫଳରେ ଯାନବାହାନ ଚଳାଚଳରେ ସମସ୍ଯା ସୃଷ୍ଟି ହେଉଛି। ଉକ୍ତ ରାସ୍ତାଟି ଏକ ବାଇପାସ ରାସ୍ତା ଭାବେ ଖଣ୍ଡପଡ଼ାରୁ ପ୍ରଭୁ ଶ୍ରୀନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋକୁ ସଂଯୋଗ କରୁଛି। ଦୈନିକ ଉକ୍ତ ରାସ୍ତାଦେଇ ଶହଶହ ସଂଖ୍ୟାରେ ଭାରି ଯାନବାହନ ଗୁଡିକ ଚଳାଚଳ କରୁଛି ।ରାସ୍ତାର ଏଭଳି ଶୋଚନୀୟ ଅବସ୍ଥାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରି ଆସୁଥିବା ବେଳେ ଗାଡି ଓ ବାଇକ ଚାଳକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଉକ୍ତ ରାସ୍ତାର ଉନ୍ନତିକରଣ ଦିଗରେ ଖଣ୍ଡପଡ଼ା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସିଂଘାପଡା,ବେଣାଗାଡିଆ,ଗଡ଼ିଆସାହି,ଖଳିସାହି ପଞ୍ଚାୟତବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS