BREAKING
Loading...
:

ମହାପ୍ରଭୁଙ୍କ ନବଯୌବନ ଦର୍ଶନ

 ମହାପ୍ରଭୁଙ୍କ ନବଯୌବନ ଦର୍ଶନ 

ଗଣିଆ( ମଣିଭଦ୍ରା ଖବର) ଗଣିଆ ବ୍ଳକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ନବଯୌବନ ଦର୍ଶନ ଯଥାରୀତି ଅନୁସାରେ ପାଳିତ ହୋଇଯାଇଛି । ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରୁ ଉଠିବା ପରେ ଆଜି ପ୍ରଥମ ଥର ପାଇଁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ନବଯୌବନ ଦର୍ଶନ ଶୁଭାବସରରେ ଗୁରୁବାର ସକାଳୁ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା । ଆଳତି କରାଯିବା ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା । ବ୍ଳକର ବେଠିଆସାହି,ଗଣିଆ, ଜଗନ୍ନାଥ ପ୍ରସାଦ, ଡଙ୍କାରିସାହି ମନ୍ଦିର ପରିସରରେ ନବଯୌବନ ଦର୍ଶନ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ଗଣିଆ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ କରାଯାଇଥିଲା । ଟ୍ରଷ୍ଟି ଅକ୍ଷୟ କୁମାର ସାହୁ, ସମ୍ପାଦକ ସୁନିଲ କୁମାର ସାହୁ, ବ୍ରଜକିଶୋର ସାହୁ,ଉଦ୍ୟନାଥ ସାହୁ,ଭରତ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଦିନ ତମାମ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । 


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS