କାୟା କଳ୍ପ ପୁରସ୍କାର ପାଇ ମଧ୍ୟ
ବିଗୁଡିଛି ସ୍ବାସ୍ଥ୍ୟ କେନ୍ଦ୍ର
ଖଣ୍ଡପଡ଼ା ୨୦/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ; ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ କାୟା କଳ୍ପ ପୁରସ୍କାର ପ୍ରଦାନ କରାଯିବା ପରେ ମଧ୍ୟ
ସ୍ବାସ୍ଥ୍ୟ ସେବାର ଆବବେବସ୍ତା।
ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଆବଶ୍ୟକଡ଼ାକ୍ତର, କର୍ମଚାରୀ ନିଯୁକ୍ତ ରେ ଅଭାବ ଯୋଗୁଁ
ସ୍ବାସ୍ଥ୍ୟ ସେବାରେ ସମସ୍ୟା ସୃଷ୍ଟି ହେଉଛି।ଏସମ୍ପର୍କରେବାରମ୍ବାର
ପ୍ରଶାସନିକ,ସ୍ଥାନୀୟଲୋକପ୍ରତିନିଧି ଓ ସ୍ବାସ୍ଥ୍ୟ କେନ୍ଦ୍ର ବିଭାଗର ଉଚ୍ଚ କତୃ ପକ୍ଷଙ୍କ ଦୃଷ୍ଟି ଆକର୍ଷଣ
ସତ୍ଵେ କୈାଣସି ସମସ୍ୟା ର ସମାଧାନଫଳଶୂନହୋଇଥିବାରୁ
ଜନସାଧାରଣ ଅଭିଯୋଗ କରିଛନ୍ତି। ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୂଆଗାଁଗଡିଆସାହି
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଖଣ୍ଡପଡା
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଉପରେ
ଆଖପାଖ ୧୦ ଟି ପଞ୍ଚାୟତ ରେ
ଜନସାଧାରଣ ନିର୍ଭର କରୁଛନ୍ତି।
ଅପରପକ୍ଷରେ ଗତ ୪ ବର୍ଷ ପୂର୍ବେ କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ କାୟା କଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା। ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ଅଭାବରୁ
ରୋଗୀଙ୍କ ସ୍ବାସ୍ଥ୍ୟ ସେବାରେ ସେବା ଯୋଗାଇ ଦେବା ରେ
ଅନ୍ତରାୟ ସୃଷ୍ଟି ହେଉଛି।
ସାଧାରଣ ଗୋଟିଏ ଜରୁରୀ
କାଳୀନ ପରିସ୍ଥିତିରେ
ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ନୂଆଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ କଣ୍ଟିଲୋ ସ୍ବାସ୍ଥ୍ୟ କେନ୍ଦ୍ର
କୁ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ
ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ପଠାଇ ଦିଆଯାଉଛି।
ବିଶେଷ କରି କଣ୍ଟିଲୋ କୁ ବହୁ
ତୀର୍ଥଜାତ୍ରୀ ପ୍ରଭୁ ଶ୍ରୀନୀଳମାଧବ ମନ୍ଦିର ଦର୍ଶନ କରିବା ପାଇଁଁ
ସହସହ ଶ୍ରଦ୍ଧାଳୁମାନେ ଆସୁ
ଛନ୍ତି। ଆଖପାଖ ବଡ଼ ବାଣପୁର,
ସିଧାମୂଳା ,ରୟୀତିଢୋଲମରା
ଧାନ ଚାଙ୍ଗଡ଼ା,ମୀଧବ ପୁର ଆଦି ପଞ୍ଚାୟତ ରୁ ୫୦ ହଜାର ରୁ ଅଧିକ ଲୋକ ସ୍ବାସ୍ଥ୍ୟ ସେବା ପହାଇବା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଗତ ୫ ବର୍ଷ ତଳେ କାୟା କଳ୍ପଟିମ ଖଣ୍ଡପଡ଼ା ଓ ଗଡିଆ ସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି
ରିପୋର୍ଟ ଆଧାରରେ ସମ୍ପୃକ୍ତ
ଯ୨ ଗୋଟି ସ୍ବାସ୍ଥ୍ୟ କେନ୍ଦ୍ର କୁ
କାୟା କଳ୍ପ ପୁରସ୍କାର ମିଳିଛି।
ସମ୍ପୃକ୍ତ ୩ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଜରୁରୀକାଳୀନ ତଥା
ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ସେବା ପହାଇବା ରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ। କାୟା କଳ୍ପ ଟିମ୍ କେଉଁ ଆଧାରରେ ପୁରସ୍କାର ପ୍ରଦାନ କରାଥିଲେ ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରିଛି।
ବିଶେଷ କରି କଣ୍ଟିଲୋ ଖଣ୍ଡପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର କୁ
ଡାକ୍ତର କର୍ମଚାରୀ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି। କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଟି ପ୍ରତି ଦୃଷ୍ଟି ଦେଇ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ସ୍ବାସ୍ଥ୍ୟ ବିଭାଗ ସ୍ବାସ୍ଥ୍ୟ ରାଜ୍ୟ, କେନ୍ଦ୍ରମନ୍ତ୍ରୀଙ୍କୁ ଖଣ୍ଡପଡ଼ା ଅଞ୍ଚଳ ବାସି ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق