BREAKING
Loading...
:

୨ ଟି ପିଏମ୍ ଶ୍ରୀ ବିଦ୍ୟାଳୟ ର ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ ।

 ୨ ଟି ପିଏମ୍ ଶ୍ରୀ ବିଦ୍ୟାଳୟ ର ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ  କଲେ ସାଂସଦ ଓ ବିଧାୟକ ।



କେନ୍ଦ୍ର ସରକାର ଖଣ୍ଡପଡ଼ା   ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ବେଣାଗାଡିଆ ଗ୍ରାମ ସ୍ଥିତ ସାତପଡ଼ା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ କୁ ପିଏମ୍ ଶ୍ରୀ  ନିମନ୍ତେ କେନ୍ଦ୍ର ସରକାର ୫କୋଟି ଟଙ୍କା ଅନୁଦାନ ଅର୍ଥ ମଞ୍ଜୁର କରିଛନ୍ତି। ଅନୁଦାନ ଅର୍ଥ ରେ ଦୁଇଟି ବିଦ୍ୟାଳୟର ପରିସରରେ ହେବାକୁ ଥିବା ଉନ୍ନୟନ ମୁଳକ କାର୍ଯ୍ୟ ନିମନ୍ତେ ଗୁରୁ ବାର ଅପରାହ୍ନ ରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ କରା ଯାଇଛି । ମୂଖ୍ୟ ଅତିଥି ଭାବେ ମାନ୍ୟ ବର ସାଂସଦ ଭତୃ ହରି ମହତାବ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ପ୍ରମୁଖ ପ୍ରାସାସନିକ ଅଧିକାରୀ ଙ୍କ ଗହଣ ରେ ଉପସ୍ଥିତ ରହି ୨ଟି ବିଦ୍ୟାଳୟ ରେ ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର କର , ଖଣ୍ଡପଡ଼ା ସଂସଦ ପ୍ରତିନିଧି, ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲିପ୍ସା ନନ୍ଦ ଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ସେହିପରି ବେଣାଗାଡିଆ ଗ୍ରାମ ସ୍ଥିତ ସାତପଡ଼ା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ପରିସରରେ ସାଂସଦ ଓ ବିଧାୟକଙ୍କ ଦ୍ଵାରା ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS