BREAKING
Loading...
:

ମହାନଦୀ କୂଳରେ ବ୍ୟାପକ ବୃକ୍ଷ ରୋପଣ

 ମହାନଦୀ  କୂଳରେ ବ୍ୟାପକ ବୃକ୍ଷ ରୋପଣ



ଖଣ୍ଡପଡ଼ା( ପୃର୍ଣ୍ଣ ଚନ୍ଦ୍ର ମହାପାତ୍ର)  ପରିବେଶ ସୁରକ୍ଷା ନିମନ୍ତେ ବ୍ୟାପକ ବୃକ୍ଷ ଚାରା ରୋପଣର ଆବଶ୍ୟକତା ରହିଛି।ଏ ଦିଗରେ ବନ ବିଭାଗ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ସଚେତନ ହେଲେ ଏକ ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଚଳିତ ବର୍ଷ ବିଭିନ୍ନ ସ୍ଥାନରେ କିପରି ଅଧିକ ରୁ ଅଧିକ ବୃକ୍ଷ ଚାରା ରୋପଣ

କରାଯାଇ ପାରିବ ସେଥିପ୍ରତି

ସମସ୍ତଙ୍କ ସଚେତନତା ଯରୁରି ଆବଶ୍ୟକତା ପଡୁଛି।ଏ ପରିପ୍ରେକ୍ଷୀରେ ଖଣ୍ଡପଡ଼ା ଅଞ୍ଚଳ ଦେଇ କୁସୁମୀ ନଦୀ ପ୍ରବାହିତ ହେଉଛି। ମହାନଦୀ କୁ ସଂଯୋଗ କରୁଥିବା କୁସୁମୀ, କୁଆଁ ରିଆ,ଆମ୍ବ ନାଳ ,ଲୁଣି ଝରା, ଓ ଡାହୁକା ନଦୀ ଭଳି ବହୁ ସାଖା ନଦୀ କୂଳରେ ବ୍ୟାପକ ବୃକ୍ଷ ରୋପଣ କରାଗଲେ ପ୍ରାକୃତିକ ପରିବେଶ ସୃଷ୍ଟି ହେବ। ନଦୀ ପଠାରେ ବୃକ୍ଷ ଚାରା ରୋପଣ କରାଗଲେ

ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି ହେବା ସହ ନଦୀ ପଠା ର ମୃତ୍ତିକା ସଂରକ୍ଷଣ ହୋଇପାରିବ। ସେହିପରି ନଦୀ ପଠା ରେ

ବନି କରଣ ପରୋକ୍ଷରେ ନଦୀ କୂଳରେ ମାଳ ବନ୍ଧ ଗୁଡିକ ର ରାସ୍ତା ମଧ୍ୟ କୌଣସି କ୍ଷୟକ୍ଷତି ହେବ ନାହିଁ ଓ ଏହାର ସୁରକ୍ଷା ଯୋଗାଇ ଦେବ ବୋଲି ଖଣ୍ଡପଡ଼ା ର ବହୁ ସଚେତନ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ନଦୀ କୂଳରେ ବିଭିନ୍ନ କିସମର ଆମ୍ବ, ଜାମୁକୋଳି,ତାଳ, ଖଜୁରୀ ବଡ଼ ବୃକ୍ଷ ରୋପଣ କରାଗଲେ ପ୍ରାକୃତିକ ବିପର୍ଯ୍ୟୟ ଦୈବିକ ଦୃର୍ବୀପାକ ଓ ବର୍ଜପାତରମୁକାବିଲାରେ ସାହାଯ୍ୟ କରିବା ସହିତ ମାଳ ବନ୍ଧ ଗୁଡିକ ସୁରକ୍ଷିତ ରହିବ।

ତେଣୁ ଏଥିପ୍ରତି ବନ ବିଭାଗ

ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଚଳିତ ବର୍ଷ ମହୋତ୍ସବ ଅବସରରେ ବିଭିନ୍ନ ନଦୀ କୂଳରେ ବୃକ୍ଷ ରୋପଣ କରାଗଲେ ପ୍ରାକୃତିକ ବିପର୍ଯ୍ୟୟ ଦୈବିକ ଦୃର୍ବୀପାକ ରୁ ରକ୍ଷା ପାଇ ପାରିବେ ଜନସାଧାରଣ ଓ ବୁଦ୍ଧିଜୀବି ମହଲରେ ଦାବି ହେଉଛି। ସେହିପରି ପଥପ୍ରାଶ୍ଵ

 ବନିକରଣ ଯୋଜନା ରେ ଅଯଥା ଅର୍ଥ ରାଶି ବିନିଯୋଗ ନକରି ନଦୀ କୂଳରେ ବ୍ୟାପକ ବୃକ୍ଷ ରୋପଣ କରାଗଲେ ସମସ୍ତ ଜନସାଧାରଣ ଉପକୃତ ହେବେ ବୋଲି ଖଣ୍ଡପଡ଼ା ଅଞ୍ଚଳ ର ଜନସାଧାରଣଙ୍କ ଦାବି ହେଉଛି। ଏଦିଗରେ ନଦୀ ପାର୍ଶ୍ଵ ବର୍ତ୍ତି ଜନସାଧାରଣ ସଚେତନତା ହେବା ର ଆବଶ୍ୟକତା ରହିଛି। ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହ ଖଣ୍ଡପଡ଼ା ଓ ବନାଅଞ୍ଚ ବିଭାଗ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ରଖିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS