BREAKING
Loading...
:

ବିଶ୍ବ ଯୋଗ ଦିବସ ରେ ମସଗୁଲ ହେଲେ ପ୍ରଶାସନ ଅଧିକାରୀ ସହ ସମସ୍ତ ଶିକ୍ଷା ଅନୁଷ୍ଠାନ ଓ ବରିଷ୍ଠ ନାଗରିକ ।

 ବିଶ୍ବ ଯୋଗ ଦିବସ ରେ ମସଗୁଲ ହେଲେ ପ୍ରଶାସନ ଅଧିକାରୀ ସହ ସମସ୍ତ ଶିକ୍ଷା ଅନୁଷ୍ଠାନ ଓ ବରିଷ୍ଠ ନାଗରିକ ।

   


 ଖଣ୍ଡପଡ଼ା ୨୧/୬  (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):  ଶନିବାର  ଦିନ ବିଶ୍ବ ଯୋଗ ଦିବସ ପାଳନ ନେଇ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଇନଡୋର ଷ୍ଟାଡିୟମ ପରିସରରେ ବ୍ୟାପକ ପ୍ରସ୍ତୁତିପର୍ବ ଚାଲିଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି। ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଓ ଏନଏସି କର୍ତ୍ତୃପକ୍ଷଙ୍କ  ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ବହୁ ସଂଖ୍ୟାରେ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ ଛାତ୍ର ଛାତ୍ରୀ,ବରିଷ୍ଠ ନାଗରିକ, ପ୍ରଶାସନ ପକ୍ଷରୁ ଆୟୋଜିତ  କରାଯାଇଥିବା

କାର୍ଯ୍ୟ କ୍ରମରେ ଭାଗ ନେଇ ଆୟୋଜନ କୁସଫଳତା ର ସହ ସମୟ ନିର୍ଦ୍ଧାରଣ ତାଲିକା ଅନୁଯାୟୀ ପ୍ରାୟ ୫୦୦ ରୁ ଅଧିକ ଯୋଗଦାନ କରିଥିଲେ। ସମୟ ସକାଳ୬,୦୦ ଘଣ୍ଟା ଠାରୁ ୭୦୦  ଘଣ୍ଟା ମଧ୍ୟରେ ଅଂଶ ଗ୍ରହଣ କରିଥିବା ନାମ ପଞ୍ଜିକରଣ/ ଉଦଘାଟନ ଉତ୍ସବ ଓ ଅତିଥି ମାନଙ୍କ ଅଭିଭାଷଣ। ସକାଳ୭,୦୦ ଘଣ୍ଟା ଠାରୁ ୭,୦୫ ପ୍ରାର୍ଥନା। ସକାଳ୭,୦୫ ଠାରୁ ୭,୩୨

ନିର୍ଦ୍ଦେଶିତ ଯୋଗ ଅଧିବେଶନ-୨। ସକାଳ ୭,୩୨ ଠାରୁ୭,୪୪ ଘଟିକା ନିର୍ଦ୍ଦେଶିତ ଧ୍ୟାନ( କ୍ରିୟା/ ପ୍ରାଣାୟମ/ଧ୍ୟାନ/ ସଂଲଗ୍ନ) । ସକାଳ ୭,୪୪ ଠାରୁ

୭,୪୫ ଘଟିକା ଶାନ୍ତି ପ୍ରାର୍ଥନା। ସକାଳ ୭,୪୫   ସମସ୍ତ ଶିକ୍ଷା ଅନୁଷ୍ଠାନ,ବରିଷ୍ଠ ନାଗରିକଙ୍କୁ

ଯୋଗ ଗୁରୁ ଶିକ୍ଷା ପ୍ରଦାନ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS