BREAKING
Loading...
:

ଗଣିଆରେ ବ୍ୟାପୁଛି ଜଣ୍ଡିସ ରୋଗ

 ଗଣିଆରେ ବ୍ୟାପୁଛି ଜଣ୍ଡିସ ରୋଗ

ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଦିନକୁ ଦିନ ଜଣ୍ଡିସ ରୋଗ ବଢ଼ିବାରେ ଲାଗିଛି । ବ୍ଳକର ବିଭିନ୍ନ ଗ୍ରାମରେ ଏହି ରୋଗ ବ୍ୟାପୁଥିବା ଜଣାପଡିଛି । ରାଜ୍ୟର ୫ଟି ଜିଲ୍ଲାରେ ହଇଜା ଆତଙ୍କ ଦେଖାଦେଇଥିବା ବେଳେ ଜଣ୍ଡିସ ରୋଗୀଙ୍କ ମଧ୍ୟରେ  ଭୟର ବାତାବରଣ ଖେଳିଯାଇଛି । ଦୂଷିତ ପାଣି ଯୋଗୁଁ ଜଣ୍ଡିସ ରୋଗ ବ୍ୟାପୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତିି ।  ଜଳ ଉତ୍ସ ଗୁଡିକରେ ହୋଲୋଜିନ ବଟିକା,ବ୍ଳିଚିଙ୍ଗ ପାଉଡର ପକାଇବା ସହିତ ଜନସଚେତନତା କରିବା ନିହାତି ଆବଶ୍ୟକ ହୋଇପଡିଛି । ଜଣ୍ଡିସ ରୋଗର ଲକ୍ଷଣ ମଧ୍ୟରେ ଚର୍ମ ଆଭ୍ୟନ୍ତରୀଣ ଅଙ୍ଗ ହଳଦିଆ ପଡ଼ିବା,ପେଟ ଯନ୍ତ୍ରଣା,ପେଟ ଖରାପ, ବାନ୍ତି,କାଶ,ଥକାପଣ,ପେଟ ଫୁଲିବା ଆଦି ଦେଖା ଦେଇଥାଏ । ତେବେ ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରିବା ଆବଶ୍ୟକ । ଏଥିପ୍ରତି ବ୍ଳକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS