BREAKING
Loading...
:

ପାନୀୟ ଜଳ ଅଭାବ ରୁ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗି ଆସୁଛନ୍ତି

 

ପାନୀୟ ଜଳ ଅଭାବ ରୁ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗି ଆସୁଛନ୍ତି



ବଲାଙ୍ଗୀର ଜିଲ୍ଲା ରେ ସାଧାରଣ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ଆଳରେ ସରକାର ଙ୍କ କୋଟି, କୋଟି ଟଙ୍କା ହଡପ କରି ଦେଇଥିବା ବେଳେ ପାନୀୟ ଜଳ ଅଭାବ ରୁ ସାଧାରଣ ଅକାଥନୀୟ ଦୁର୍ଦ୍ଦଶା ଭୋଗି ଆସୁଛନ୍ତି ! କୋଟି, କୋଟି ଟଙ୍କା ବ୍ୟୟ ଅଟକଳ ରେ ନା ନା ଯୋଜନା ଆଳରେ କେବଳ ନାମ ଫଳକ ମାନ ସ୍ଥାପନ କରି ସବୁ ଟଙ୍କା ଭାଗ, ବଣ୍ଟା କରି ହଡପ କରି ଦିଆଯାଇଛି !


ଏହି ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଅତୀତ ରେ ପଚାଶ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଥିବା ଯୋଗୁଁ  ଏହି ଜିଲ୍ଲା ପ୍ରତି ସ୍ୱତନ୍ତ୍ର ରୂପେ ସରକାରୀ ଅର୍ଥ ଅନୁଦାନ ଆସିଥିଲା  !


ସରକାରୀ ଅର୍ଥ ଖର୍ଚ୍ଚ କରି ପାନୀୟ ଜଳ କିଭଳି ଲୋକେ ପାଇବେ ସେ ବ୍ୟବସ୍ଥା କରିବା ବଦଳ ରେ କେବଳ ନାମ ଫଳକ ମାନ କରି ଦେଇ ଖୋଲା, ଖୋଲି କୋଟି, କୋଟି ଟଙ୍କା ହଡପ କରି ଦିଆ ଯାଇଛି !

ଏପରି କି ବିଭିନ୍ନ ଗ୍ରାମବାସୀ ବାଧ୍ୟ ହୋଇ ଧାର,କରଜ କରି ପନ୍ଦର ସହ ରୁ ଦୁଇ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ଟ୍ୟାଙ୍କର ଯୋଗେ ପାଣି ମଗେଇ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି !


ରୌପ୍ୟ ରଞ୍ଜନ ବେହେରା ନାମକ ଏହି ବଲାଙ୍ଗୀର ଜିଲ୍ଲା ର ମୁଖ୍ୟ ବିଭାଗୀୟ ଯନ୍ତ୍ରୀ ଯୋଗ ଦେବା ର ତିନି ବର୍ଷ ପୂରିବାକୁ ବସିଲାଣି ସେ କେବଳ ସବୁ ବ୍ୟବସ୍ଥା ଠିକ କରିଦିଆ ଯିବ, ଡେପୁଟି ସି, ଏମ ମୋ ଖାସ ଲୋକ, ଏଭଳି କହି ଦିନ ଗଡେଇ ବର୍ଷା ଋତୁ ଆସି ଗଲାଣି !   ଲୋକେ ପାନୀୟ ଜଳ ନ ପାଇ ବୋତଲ ପାଣୀ ଉପରେ ନିର୍ଭର କରିବା, ଦୁଇ ରୁ ତିନି କିମି ଦୂର ପାନୀୟ ଜଳ ସଂଗ୍ରହ କରିବାକୁ  ଯାଉ ଥିବା ଭଳି ଦୁର୍ଦଶା ଭୋଗ କରିବା ସାର ହେଉଛି !  ଡେପୁଟି ସି ଏମ ମୋର ଖାସ ଲୋକ କହୁଥିବା ଏହି ଅଧିକାରୀ ସାଧାରଣ ଲୋକ କିଭଳି ପାନୀୟ ଜଳ ପାଇ ଜୀବନ ଧାରଣ କରିବେ ସେ ଦିଗରେ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି !

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS