ମୟୂରଭଞ୍ଜ ଛଉନୃତ୍ୟ ଆଧାରିତ ଦିନିକିଆ ପ୍ରଥମ ଚିତ୍ରକଳା ପ୍ରଦର୍ଶନୀ ୨୦୨୫
ବିଶ୍ଵପ୍ରସିଦ୍ଧ ମୟୂରଭଞ୍ଜ ଛଉନୃତ୍ୟ ଅନୁଷ୍ଠାନ ପକ୍ଷରୁ ଛଉନୃତ୍ୟ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀ ବାରିପଦା ସ୍ଥିତ ଦେଉଳସାହି ଶ୍ରୀରାମଚନ୍ଦ୍ର ଉ:ପ୍ରା: ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ।
ଆଗ୍ରହର ସହ ଲୋକମାନେ ବୁଲି ଦେଖିବା ପାଇଁ ବେଶ ଗହଳି ଲାଗିବା ସହିତ ଆୟୋଜକଙ୍କ ଏହି ଅଭିନବ ଉଦ୍ୟମର ପ୍ରଶଂସା କରିଥିବା ଲକ୍ଷ୍ୟ କରାଯାଇ ଥିଲା। ସେହିପରି ଉଦଘାଟନୀ ଉତ୍ସବର ମୁଖ୍ୟଅତିଥି ଭାବେ ବରିଷ୍ଠ ଚିତ୍ରୀଶିଳ୍ପୀ ଶ୍ରୀଯୁକ୍ତ ସମ୍ପଦ କୁମାର ଦାସ ଯୋଗଦେଇ ଥିଲେ।
ଉତ୍ସବର ଶେଷ ପର୍ଯ୍ୟାୟରେ ମୁଖ୍ୟଅତିଥିଗଣଙ୍କ ଦ୍ଵାରା ଚିତ୍ରୀଶିଳ୍ପୀ ଶ୍ରୀମତୀ ଶୁଭସ୍ମିତା ଭାରତୀ ହୋତା, ଶ୍ରୀଯୁକ୍ତ ସରୂପ କୁମାର ନାୟକ ଓ ଶ୍ରୀଯୁକ୍ତ ରବିନ କୁମାର ମହାପାତ୍ର...
ଆୟୋଜକ ଅନୁଷ୍ଠାନ ଶ୍ରୀଜଗନ୍ନାଥ କଳା ଏକାଡେମୀ, ପାଲବଣୀ, ବାରିପଦା , ମୟୂରଭଞ୍ଜ କଳା ଏକାଡେମୀ ଭଞ୍ଜପୁର, ବାରିପଦା ,
କ୍ରିଏଟିଭ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ କ୍ରାଫଟସ୍, ଦେଉଳସାହି,
ବାରିପଦାଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଆୟୋଜକ ଅନୁଷ୍ଠାନ ମାନଙ୍କର ଉଦ୍ୟମ ଯୋଗୁଁ ପ୍ରଥମ ଥର ପାଇଁ ମୟୂରଭଞ୍ଜର ଛଉ ନୃତ୍ୟ ଉପରେ ଆଧାରିତ ଏହି ଚିତ୍ରକଳା ପ୍ରଦର୍ଶନୀ ଲୋକଙ୍କ ମଧ୍ୟରେ ଆଦୃତ ହେବା ସଙ୍ଗେ ସଙ୍ଗେ ସଫଳ ହୋଇଥିବାରୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା । ଏହି ପ୍ରଦର୍ଶନୀରେ ଉପରୋକ୍ତ ୩ ଗୋଟି ଚିତ୍ରକଳା ଅନୁଷ୍ଠାନର ୭୦ ଟି ଚିତ୍ରକଳା ସ୍ଥାନ ପାଇଥିଲା । ଅତିଥି ମାନଙ୍କ ଦ୍ଵାରା ସମସ୍ତ କୁନି ଚିତ୍ରକାର ମାନଙ୍କୁ ସାଟିଫିକେଟ୍ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମ କ୍ରିଏଟିଭ୍ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫଟସର ମୁଖ୍ୟ ଉପଦେଷ୍ଟା ଏବଂ ଆର୍ଟ ଏଣ୍ଡ କଲଚର୍ ର ଜିଲ୍ଲା ଆଡଭାଇଜାରି ମେମ୍ବର ଶ୍ରୀଯୁକ୍ତ ଚାରୁଚନ୍ଦ୍ର ଦାସଙ୍କ ତତ୍ବାବଧାନରେ ସୁଚାର ରୂପେ ପରିଚାଳନା କରାଯାଇଥିଲା । ଆୟୋଜିତ କାର୍ଯ୍ୟକର୍ମରେ ଶ୍ରୀ ସମୟ କୁମାର ଦାସ ,ଶ୍ରୀ ସଶିବ ଦାସ , ଶ୍ରୀ ଶପଥ ଦାସ, ଶ୍ରୀ ସମୀର ମହାନ୍ତ ,ଶ୍ରୀମତୀ କଳ୍ପନା ମହାନ୍ତ , ଆଶାରାମ ପ୍ରମୁଖ ସହଯୋଗ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment