BREAKING
Loading...
:

ପାଇକ ବାଘୁଆ ବେରେଣୀ ଗ୍ରାମରାସ୍ତା କୁ ଅବରୋଧମୁକ୍ତ କରିବା ପାଇଁ ଦାବି ।

 ପାଇକ ବାଘୁଆ ବେରେଣୀ ଗ୍ରାମରାସ୍ତା କୁ ଅବରୋଧମୁକ୍ତ କରିବା ପାଇଁ ଦାବି ।



ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ)  ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦଶପଲ୍ଲା ଅଞ୍ଚଳ କମିଟି ପକ୍ଷରୁ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଖମାର ସାହି ଏନ.ଏଚ୍-୫୭ ରୁ ସାରେଣୀଗଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାର ପାଇକ ବାଘୁଆ ବେରେଣୀ ଗ୍ରାମରେ ଅନେକ ସ୍ଥାନରେ ବେଆଇନ ଅବରୋଧ ଯୋଗୁଁ ବିଭିନ୍ନ ସମୟରେ ଯାନବାହାନ ଯାତାୟତରେ ବିଭିନ୍ନ ସମସ୍ୟା ସହ ଦୁର୍ଘଟଣାମାନ ଘଟୁଅଛି । ଏ ସଂପର୍କରେ ଗତ ବର୍ଷ  ବିଶିଷ୍ଟ ସାମାଜିକ କର୍ମୀ ଚଣ୍ଡାଳ ପ୍ରଧାନ ନୟାଗଡ଼ ଜିଲ୍ଲପାଳ କଂ ଦୃଷ୍ଟି ଆକର୍ଷଣ କଲା ପରେ, ଜିଲ୍ଲାପାଳ ଦଶପଲ୍ଲା ତହସିଲଦାରଙ୍କୁ ଏହି ରାସ୍ତାକୁ ଅବରୋଧମୁକ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କରେ ତହସିଲଦାର ସ୍ଥାନୀୟ ଆର.ଆରଙ୍କୁ ଅବଗତ କରିଛନ୍ତି ବୋଲି ସୂଚନା ଦେଇଥିଲେ । ମାତ୍ର ଏପର୍ଯ୍ୟନ୍ତ ରାସ୍ତା ଅବରୋଧ ହେବା ଦୂରେ ଥାଉ ଏହି ରାସ୍ତାକୁ ଲାଗି ଏହି ସମୟରେ କେତେକ ବେଆଇନ ନିର୍ମାଣ ହୋଇଯାଇଛି । ଏଣୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦଶପଲ୍ଲା ଅଞ୍ଚଳ କମିଟି ପକ୍ଷରୁ ,ଖମାର ସାହି ଏନ୍. ଏଚ୍-୫୭ରୁ ସାରେଣୀଗଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଓ ନୟନଯୋରି ସମେତ ସରକାରୀ ଜମିଗୁଡ଼ିକୁ ଦଶପଲ୍ଲା ତହସିଲ ପକ୍ଷରୁ ମାପ କରାଯାଇ ଅବରୋଧମୁକ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିଭିରେ ପଦକ୍ଷେପ ନେବାକୁ ଚଣ୍ଡାଳ ପ୍ରଧାନ ଦାବି କରିଛନ୍ତି  । ଏ ଦିଗରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରି ପାଇକ ବାଘୁଆ ବେରେଣୀ ରାସ୍ତା ଓ ଏହାର ନୟନଯୋରିକୁ ଅବରୋଧମୁକ୍ତ କରାଇ ଅଞ୍ଚଳବାସୀଙ୍କୁ ନିରାପଦ ଯାତାୟତର ସୁବିଧା ପ୍ରଦାନ କରିବାପାଇଁ ସେ ପୁନଶ୍ଚ ଜିଲ୍ଲାପାଳ କଂ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

ମଣିଭଦ୍ରା ଖବର, ଦଶପଲ୍ଲା

Post a Comment

Previous Post Next Post
Header ADS