ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ର ସମ୍ମାନ ଓ ସୁରକ୍ଷା ପାଇଁ ଆଲୋଚନା ଚକ୍ର।
ଢେଙ୍କାନାଳ (ମଣିଭଦ୍ରା ଖବର ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରା ଅଗ୍ରଣୀ ସ୍ବେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ଗଣେଶ୍ଵର କ୍ଲବ ଦ୍ଵାରା ଆୟୋଜିତ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଏକ ବନ୍ଧୁ ମିଳନ ଉତ୍ସବ ତଥା ବରିଷ୍ଠ ନାଗରିକ ମାନଙ୍କର ସମ୍ମାନ ଏବଂ ସୁରକ୍ଷା କୁ ଆଖି ଆଗରେ ରଖି ଏକ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।
ଗଣେଶ୍ୱର କ୍ଲବ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଦୂର୍ଗା ଚରଣ ମିଶ୍ର ଅବସରପ୍ରାପ୍ତ ଜିଲ୍ଲା ଜଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ମୂଖ୍ୟ ବକ୍ତାଭାବେ ହିନ୍ଦୋଳ( ଏସ. ଡି .ପି .ଓ)ଶ୍ରୀଯୁକ୍ତ ସତ୍ୟ କୁମାର ନନ୍ଦ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାର ଙ୍କର ସମସ୍ତ ଯୋଜନା ଓ ପୁଲିସ ର ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ରାଜା ଶ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ, ଓଡିଶା ମାନବ ଅଧିକାର କମିଶନ ଅଧ୍ୟକ୍ଷ ରାଜେଶ କୁମାର ମଲ୍ଲିକ, ସଭାପତି ମେଜର୍ ସଂସ୍କାର ସିଂହଦେଓ, ସମ୍ପାଦକ ଏନ୍.କୁମାର,ଶିକ୍ଷାବିତ ଡଃ ସୁଜାତା ରଥ,ରାସୋଳ ଥାନାଧିକାରୀ ବିଧୁ ଭୂଷଣ ମିଶ୍ର,ଉପଦେଷ୍ଠା ଗିରୀଶ ଚନ୍ଦ୍ର ସର ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କର ସମ୍ମାନ ଓ ସୁରକ୍ଷା ଦିଗରେ ସଚେତନ କରିଥିଲେ।ମଞ୍ଚ ସଂଯୋଜକ ଭାବେ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ରତିକାନ୍ତ ଗଡନାୟକ ଅତିଥି ମାନଙ୍କୁ ସ୍ୱାଗତ୍ କରିବା ସହ ପରିଚୟ ପ୍ରଦାନ କରିଥିଲେ ଓ ବରିଷ୍ଠା ନାଗରିକ ମଞ୍ଚ ସମ୍ପାଦକ ଶ୍ରୀଯୁକ୍ତ ବିନୟ କୁମାର ସାମଲ ବିବରଣୀ ପାଠ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ଜନ ମାନଙ୍କର ବନ୍ଧୁତ୍ୱ ପୂର୍ଣ୍ଣ ଭାବ ଏବଂ ଏକତା ଆଜି ର ଉତ୍ତମ ବନ୍ଧୁତ୍ୱ ଦିବସ କୁ ପ୍ରତିପାଦନ କରୁଥିବା ବେଳେ ଗଣେଶ୍ୱର କ୍ଲବ ତରଫ ରୁ ସମସ୍ତ ବରିଷ୍ଠ ନାଗରିକ ଜନ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ର ବ୍ୟବସ୍ଥା ସାଙ୍ଗକୁ ସାମୁହିକ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା।ଆଞ୍ଚଳିକ ସ୍ତର ରେ ଶତାଧିକ ବରିଷ୍ଠ ନାଗରିକ ଙ୍କ ଉପସ୍ଥିତି ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ,ସାମ୍ବାଦିକ ବନ୍ଧୁଗଣ,ସମାଜସେବୀ ଭାଇ ଭଉଣୀ ତଥା ଗଣେଶ୍ୱର କ୍ଲବ ର ସମସ୍ତ ସ୍ବେଚ୍ଛାସେବୀ ଗଣ ସହଯୋଗ ର ହାତ ବଢ଼ାଇ କାର୍ଯ୍ୟକ୍ରମ କୁ ସଫଳତା ର ସହିତ ସମ୍ପାଦିତ କରି ଥିଲେ।ଏତାଦୃଶ କାର୍ଯ୍ୟକ୍ରମ ବରିଷ୍ଠ ଜନ ମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନ ରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର କାୟାବୃଦ୍ଧି ରେ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହିତ ଗଣେଶ୍ୱର କ୍ଲବ ର ସମ୍ପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ପାଲ ଉପସ୍ଥିତ ସମସ୍ତ ଜନ ଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ର ସମାପନ ଘୋଷଣା କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment