BREAKING
Loading...
:

ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ,ବିଧାୟକ ନେତା ଙ୍କ ଟଙ୍କା କାରବାର ଅଭିଯୋଗ ନେଇ ଆନ୍ଦୋଳନ ଚେତାବନୀ ।

 ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ,ବିଧାୟକ ନେତା ଙ୍କ ଟଙ୍କା କାରବାର ଅଭିଯୋଗ ନେଇ ଆନ୍ଦୋଳନ ଚେତାବନୀ ।



ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲା ର ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇ ଏହି ଜିଲ୍ଲା ର ଟିଟିଲାଗଡ କୁ ଆସି ଏଠାକାର ସ୍ବାସ୍ଥ୍ୟ ସେବା ନେଇ ନିଜ ପୂହଁରୁ ପଦେ କଥା ନ କହି ଚାଲିଯିବା ନେଇ ଜିଲ୍ଲା ଜନସେବା ସି ,ବି,ଓ ଅନୁଷ୍ଠାନ ଜିଲ୍ଲା ସଭାପତି ଲମ୍ବୁଧର ଛାତ୍ରୀୟା ତୀବ୍ର ନିନ୍ଦା କରିବା ସହ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ହୋଇ ପଡିବା ନେଇ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେବା ସହ ଲିଖିତ ଅଭିଯୋଗ ପତ୍ର ମାନ ପ୍ରେରଣ କରିଥିବା ପ୍ରକାଶ କରିଛନ୍ତି । ସେହିପରି ଇତି ମଧ୍ୟରେ ସ୍ଥାନୀୟ ବିଧାୟକ ନବୀନ ଜୈନ ଉକ୍ତ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ସାକ୍ଷାତ ସ୍ବାଗତ କରି ଦେଇ ମିଥ୍ୟା ବାହାବା ନେବା ସାର ହୋଇ ଥିଲା । ପୂର୍ବେ ବିଜେଡି ଶାସନ କାଳରେ ଏହି ଜିଲ୍ଲା ସ୍ତରୀୟ ଡାକ୍ତରଖାନା ରେ ସ୍ଥାୟୀ, ପଦ,ପଦବୀ ପୂରଣ କରିବା ସହ ଲୋକ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ବେଶ୍  ଜୋରରେ ପ୍ରଚାର କରି ଭୋଟ ହାତେଇ ଥିଲେ ସିନା କ୍ଷମତା ପାଇ ବର୍ଷ ବିତି ଗଲାଣି ସିନା କୌଣସି ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତ  ତ ଦୂର ର କଥା ଜଣେ ସ୍ଥାୟୀ ଚିକିତ୍ସାଧିକାରୀ ପଦବୀ ପୂରଣ କରି ପାରି ନାହାନ୍ତି । ଡାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ବିଧାୟକ ସଲା ସୁତୁରା ପିସୀ କାରବାର କରିବା ସହ ବଦଳି,ବଦଳି ବାତିଲ ଆଦି ପାଇଁ ମୋଟା ଅଙ୍କର ଅର୍ଥ ଆଦାୟ ଖୋଲା, ଖୋଲି ଚାଲିଛି ବୋଲି  ଶ୍ରୀ ଛତ୍ରୀୟା କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ଏହି ଡାକ୍ତରଖାନା ରେ ରୋଗୀ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ି ଥିବା ବେଳେ ଏ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ବିଭାଗୀୟ ମୁଖ୍ୟ ସଚିବ ଗ୍ରହଣ ନ କଲେ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଅନୁଷ୍ଠାନ ତରଫ ରୁ ଚେତାବନୀ ଦେଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS