BREAKING
Loading...
:

ବାଙ୍କୀ ବିଜେପି କାର୍ଯ୍ୟାଳୟ ଠାରେ ରକ୍ତଦାନ ଶିବିର, ୧୭୦ୟୁନିଟ୍ ରକ୍ତ ସଂଗ୍ରହ

 ବାଙ୍କୀ ବିଜେପି କାର୍ଯ୍ୟାଳୟ ଠାରେ ରକ୍ତଦାନ ଶିବିର, ୧୭୦ୟୁନିଟ୍ ରକ୍ତ ସଂଗ୍ରହ  

ବାଙ୍କୀ,୨୬/୬(ମାନସ ରଞ୍ଜନ ସାହୁ ):କଳାପଥର- ବାଙ୍କୀ  ରୋଡସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ବାଙ୍କୀ ବାରଙ୍ଗ ଯୁବକ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବାଙ୍କୀ ବାରଙ୍ଗ ଅଞ୍ଚଳର ବିଭିନ୍ନ ପଂଚାୟତର ଯୁବକ ଓ ମହିଳାମାନେ ଅଂଶ ଗ୍ରହଣ କରି ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ । ଏହି ଶିବିରରେ ସର୍ବମୋଟ ୧୭୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରକୁ ବାଙ୍କୀ ବାରଙ୍ଗ ଯୁବସଂଘର ଆବାହକ ତଥା ବାଙ୍କୀ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ପ୍ରତ୍ୟେକ୍ଷ ତତ୍ତବଧାନରେ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସରୋଜ ମତଗଜ ସିଂହ, ଦେବାଶିଷ ମାନସିଂହ, ଜୟନ୍ତ ବେଉରା, ଜଗନ୍ନାଥ ପରିଡା, ରବିନ୍ଦ୍ର ସାହୁ, ସୁଶାନ୍ତ କୁମାର ଜେନା, ବିବେକାନନ୍ଦ ରାଉତ, ସରୋଜ ସାମନ୍ତରାୟ, ସଂଜୟ ରଣା, ଅନ୍ତର୍ଯ୍ୟାମୀ ମହାପାତ୍ର, ସୁନୀଲ୍ ସାହୁ, ଭୂପତି ଭୂଷଣ ପାଣି , ସୁନୀଲ୍ ସ୍ୱାଇଁ ,ଶେଷଦେବ ଭୋଇ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିର ଏସ୍‌.ସି.ବି ମେଡିକାଲ୍ କଲେଜ ଆନୁକଲ୍ୟରେ ଅନୁଷ୍ଠିତ ହୋଇଥିଲା ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS