BREAKING
Loading...
:

ମହୁଲପାଲିରେ ସାନ ଭାଇ ହାତରେ ବଡ ଭାଇର ମୃତ୍ୟୁ

 ମହୁଲପାଲିରେ ସାନ ଭାଇ ହାତରେ ବଡ ଭାଇର ମୃତ୍ୟୁ 



ସମ୍ବଲପୁର: (ମଣିଭଦ୍ରା ଖବର) 


ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଭାଇ ହାତରେ ଭାଇର ମୃତ୍ୟୁ ଘଟିଥ୍ରଵା ଅଭିଯେlଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ବିବିଧ ଗଣିତ ଓରଫ ଗଜନି (୪୦) ଓ ତାଙ୍କ ସାନ ଭାଇ ଛାୟାକାନ୍ତ ଗଣିତ ଓରଫ ପେଟୁ(୩୫) ତାଙ୍କ ଘରେ ରୁହନ୍ତି। ଉଭୟ ବିବାହିତ ହୋଇଥିଲେ ମଧ୍ୟ କାହାରି ପରିବାର ଘଟଣା ଦିନ ଘରେ ନ ଥିଲେ।  କୌଣସି କାରଣରୁ ଉଭୟ ଭାଇଙ୍କ ମଧ୍ୟରେ ବଚସା କାରଣରୁ ଏହି ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ପୈତୃକ ଜମି ବିକ୍ରିର ଟଙ୍କା ପଇସା ନେଇ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ନ ଥିବା କଥା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ବରପାଲି ପୋଲିସ ଆଇଆଇସି ଜୟରଶ୍ମି ସେଠୀ ଘଟଣା ସ୍ଥଳରେ ପହଞ୍ଚି ସାନ ଭାଇ ଛାୟାକାନ୍ତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତଦନ୍ତ ପାଇଁ ସାଇଣ୍ଟିଫିକ୍ ଦଳର ସାହାଯ୍ୟ ନିଆଯାଉଛି । ପୋଲିସର ତଦନ୍ତ ପରେ ପ୍ରକୃତ ହତ୍ୟାକାରୀ ଓ କାରଣ ଜଣା ପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS