BREAKING
Loading...
:

ଖଣ୍ଡପଡ଼ା ବ୍ଲକ ମାଟ୍ରିକ ଟପ୍ପର ସମ୍ବର୍ଦ୍ଧିତ।

 ଖଣ୍ଡପଡ଼ା ବ୍ଲକ ମାଟ୍ରିକ ଟପ୍ପର ସମ୍ବର୍ଦ୍ଧିତ।


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବ୍ଲକସ୍ତରରେ ସର୍ବାଧିକ ନମ୍ବର  ରଖି ଚଳିତ ବର୍ଷ ମାଟ୍ରିକ ଟପର ହୋଇଥିବା ରାଣୀଛେଲି ପଞ୍ଚାୟତ ଅଧିନ ପଣ୍ଡିତ ଜମ୍ବେଶ୍ଵର ବିଦ୍ୟାପୀଠର ଛାତ୍ର ଶୁଭମ ରାଉତ ଙ୍କୁ ଅଞଳୀ ମିଶ୍ର ସ୍ମୃତି ପୁରସ୍କାର ଶୁକ୍ରବାର ପ୍ରଦାନ କରାଯାଇଛି। ଏ ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଖଣ୍ଡପଡ଼ା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଝାଡେଶ୍ୱର ଦାସ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ସାମ୍ବାଦିକ ଭବାନୀଶଙ୍କର ସିଂହସାମନ୍ତ ପ୍ରମୁଖ  ଯୋଗଦେଇ ଥିଲେ ।ଅଞଳୀ ମିଶ୍ର ସ୍ମତିକମିଟିର ମୁଖ୍ଯ ଦିଲ୍ଲୀପ ମିଶ୍ର କାର୍ଯ୍ୟକ୍ରମ ଆୟୋଜନର ମୁଖ୍ଯ ଉଦ୍ଦେଶ୍ଯ ସଂପର୍କରେ ଆଲୋକପାତ କରିଥିବା ବେଳେ ସାମ୍ବାଦିକ ଜନ୍ମେଜୟ ଦଳେଇ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଏ ଅବସରରେ ଛାତ୍ର ଶୁଭମକୁ ଉତ୍ତରୀୟ ,ମାନପତ୍ର ,ଏକ ଉପାଦେୟ ପୁସ୍ତକ ସହ ୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶଥାଉକି ଗତ ୨୦୦୩ ମସିହାରୁ ଗତ ୨୩ ବର୍ଷ ଧରି ଅଞଳୀ ମିଶ୍ର ସ୍ମତିକମିଟି ପକ୍ଷରୁ ଖଣ୍ଡପଡ଼ା ବ୍ଲକର ମାଟ୍ରିକ ଟପ୍ପର ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ଜଣାପଡିଛି।କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ଅଞ୍ଚଳର  ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS