BREAKING
Loading...
:

ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର " ମତ ଓ ମନ୍ତବ୍ୟ " କାର୍ଯ୍ୟକ୍ରମ

 



ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର " ମତ ଓ ମନ୍ତବ୍ୟ " କାର୍ଯ୍ୟକ୍ରମ ।ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପୁରୀ ଜିଲ୍ଲା ନିମାପଡା ଖଣ୍ଡ ତରଫରୁ " ମତ ଓ ମନ୍ତବ୍ୟ "କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଖଣ୍ଡ ସଂଯୋଜକ ଅଧ୍ୟାପକ ଜୀବନ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ଭାରତୀୟ ରାଜସ୍ବ ସେବା ଅଧିକାରୀ  ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦଳାଇ ଯୋଗଦେଇ ଓଡିଶାରେ ଅନୁଦାନପ୍ରାପ୍ତ ଏବଂ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ରେ ପରିଚାଳନା କମିଟି ଦ୍ୱାରା ୨୦୦୮ ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ l ସୂଚନାଯୋଗ୍ୟ ୨୦୦୮ ପର ଠାରୁ ମହାବିଦ୍ୟାଳୟରେ  ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀ ଦୀର୍ଘ ୧୭ ବର୍ଷ ବିନା ସରକାରୀ ଅନୁଦାନରେ କାର୍ଯ୍ୟ କରିଆସୁଛନ୍ତି l ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରନ୍ତୁ l ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସ୍ୱୟଂ ବିକାଶ ରଥ, ଅଧ୍ୟାପକ ବିଷ୍ଣୁପ୍ରସାଦ ବାରିକ, ରାଜୀବ ଲୋଚନ ପ୍ରଧାନ ପ୍ରଭୁତି ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS