BREAKING
Loading...
:

୪୩ ପରିବାରଙ୍କୁ କ୍ଷତିପୂରଣ ଦାବୀରେ ଗଣଧାରଣା ବିରାମ ହେଲା

 ୪୩ ପରିବାରଙ୍କୁ କ୍ଷତିପୂରଣ ଦାବୀରେ ଗଣଧାରଣା ବିରାମ ହେଲା   



ସୂଚନାଯୋଗ୍ଯ, ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅଧିନସ୍ତ  ଏୟାରଷ୍ଟ୍ରିପ ସଂପ୍ରସାରଣ ନାମରେ ରାଇରଙ୍ଗପୁର ବ୍ଲକର ପୁରୁଣାପାଣି ଗ୍ରାମପଞ୍ଚାୟତର ପୋଖରିଆ ଗାଁର ୪୩ ଗୋଟି ଆଦିବାସୀ ପରିବାରଙ୍କୁ ରାଇରଙ୍ଗପୁର ତହସିଲଦାର ବେଆଇନ ଭାବେ ଉଚ୍ଚେଦ କରିଥିଲେ l ଏ ନେଇ ରାଇରଙ୍ଗପୁର ସହରସ୍ତ କଚେରୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପଶ୍ଚିମ ମୟୂରଭଞ୍ଜ କଂଗ୍ରେସ ଦଳ କମିଟୀ ପକ୍ଷରୁ ଭିଟାମାଟି ହକ ପାଇଁ ଲଢେଇ ଅଭିଯାନ ପୂର୍ବକ ଆନ୍ଦୋଳନାତ୍ମକ ଡାକରା ଦେଇ ଗତ ୨ ତାରିଖ ଠାରୁ ସମବେତ ହୋଇଥିଲେ l କଂଗ୍ରେସ କର୍ମୀଗଣ ନାନା ଉଦବେଗଜନିତ ବାର୍ତ୍ତା ଦେଇ ଲୋକମାନଙ୍କୁ ସଚେତନ କରିଥିଲେ l ଏହି ଅବକାଶରେ ଆଜି ତୁତୀୟ ଦିନରେ ଦଳୀୟ କର୍ମକର୍ତ୍ତା ଓ ବିସ୍ଥାପିତ ପରିବାର ସଙ୍ଗେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହଉପଜିଲ୍ଲାପାଳ ସଙ୍ଗେ ବିଚାରବିମର୍ଶ କରିଥିଲେ l ସେ ପୁରୁଣାପାଣି ଗ୍ରାମପଞ୍ଚାୟତ ସରପଞ୍ଚ ଓ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତିଙ୍କୁ ଏକ ଆଦେଶନାମା ଦେଇଥିଲେ l ସେଥିରେ ଉଲ୍ଲେଖ ରହିଛି : ୧) ବିସ୍ଥାପିତ ହୋଇଥିବା ୪୩ ଗୋଟି ପରିବାର ଙ୍କ ଘର ଆକଳନ ହୋଇଥିବା ନିର୍ବାହୀଯନ୍ତ୍ରୀ (ରାସ୍ତା ଓ ଗୁହ ନିର୍ମାଣ ବିଭାଗ) ଙ୍କ ଦ୍ବାରା ଘରର ଆୟତନ ଅନୁସାରେ ଉପଯୁକ୍ତ କ୍ଷତିପୂରଣ ସରକାରୀ ନିୟମାନୁସାରେ ଦେବା ପାଇଁ ସ୍ଥିରିକୂତ ହୋଇଅଛି l ୨) ସମସ୍ତ ବିସ୍ଥାପିତ ପରିବାର ପାଇଁ ସରକାରଙ୍କ ନିୟମାନୁସାରେ ଅନ୍ତର୍ଦ୍ଦୋୟ ଗୁହ ଯୋଜନାରେ ଅନ୍ତର୍ଭୁକ୍ତ କରି ସମସ୍ତଙ୍କୁ ଗୁହ ଯୋଗାଇ ଦିଆଯିବ l ୩) ଉକ୍ତ ସୁବିଧା ଯୋଗାଇବା ପାଇଁ ମୁରୁଗାଘୁଟୁ ଗ୍ରାମସ୍ଥିତ ଖେଳପଡିଆ ଠାରେ ଜୁନ ୧୧ ତାରିଖ ଦିନ ସକାଳ ୯ଟା ୩୦ମି ସମୟରେ ଗ୍ରାମସଭା ହେବ l ଉକ୍ତ ବିବୁତିନାମାକୁ ପୁରୁଣାପାଣି ଗ୍ରାମପଞ୍ଚାୟତର ଗ୍ରାମବାସୀଙ୍କୁ ଶୁଣାଇବା ପରେ ପଶ୍ଚିମ ମୟୂରଭଞ୍ଜ କଂଗ୍ରେସ ଜିଲ୍ଲା କମିଟୀ ତରଫରୁ ଡକାଯାଇଥିବା ଗଣଧାରଣା ବିରାମ ହୋଇଥିଲା l ଏଥିରେ ଜିଲ୍ଲା ସଭାପତି ଭୂବନ ବିହାରୀ ସାହୁ, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ଲାଗୁରୀ, ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ସିଂ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତୀ, ପ୍ରାର୍ଥୀ ଯୋଗେନ୍ଦ୍ର ବାନରା, କ୍ଷୀରୋଦ ପାତ୍ର, ଯୁବ ନେତା ଭଜହରି ମହାନ୍ତ, ରୂପକ ମହାନ୍ତି, ବରିଷ୍ଠ ନେତା ଭାଗିରଥୀ ପାତ୍ର, ଏସକେ ଇନ୍ତେକାମ୍ ଆଲାମ୍ , ବିରୋଧୀ ଦଳ ଉପନେତା ଅଶୋକ ଦାସ ସହିତ ବହୁ ବିସ୍ଥାପିତ ପରିବାରର ଭାଇଭଉଣୀ ଗଣ ଯୋଗ ଦେଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS