BREAKING
Loading...
:

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ

 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ



ଛତ୍ରପୁର (ମଣିଭଦ୍ରା ଖବର) ଓଡ଼ିଶାର ଛାତ୍ର ଛାତ୍ରୀ ମାନଙ୍କୁ ସରକାରୀ ବସ୍ ପରିବହନ ରେ ମାଗଣା ଏବଂ ଘରୋଇ ପରିବହନ ରେ 50% ପ୍ରତିଶତ ରିହାତି ଦାବି ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଉଦିତ ନାରାୟଣ ପ୍ରଧାନ ଙ୍କ ଡାକରା ରେ ଛାତ୍ର ନେତା ମହେଶ କୁମାର ଗୌଡ଼ ଙ୍କ ନେତୃତ୍ୱ ରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ (ଗଞ୍ଜାମ) ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାନ ସଭା ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ , ବାଲ୍ମୀକି ସେଠୀ, ସୁନିଲ ରାଉଳ, ଅସିତ୍ କାନ୍ତ ପାତ୍ର, ମୁନା ଦାସ, ଭବାନୀ ବେହେରା, ଶୁଭମ୍ ଚୌଧୁରୀ ସମେତ ବହୁ ଛାତ୍ର କଂଗ୍ରେସ କର୍ମୀ ଏକାଠି ହୋଇ ଦାବି ଉପସ୍ଥାପନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS