BREAKING
Loading...
:

ରାଜ୍ୟସ୍ତରୀୟ ଗୁରୁ ଭଗବାନ ସାହୁ ମହୋତ୍ସବ ଅନୁଷ୍ଠିତ

 ରାଜ୍ୟସ୍ତରୀୟ ଗୁରୁ ଭଗବାନ ସାହୁ ମହୋତ୍ସବ ଅନୁଷ୍ଠିତ 


ଅତାବିରା/ବରଗଡ଼ (ମଣିଭଦ୍ରା ଖବର )  ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ(ଭୁବନେଶ୍ୱର )ର ମିଳିତ ଆନୁକୂଲ୍ୟରେ ଗତକାଲି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଗୁରୁ ଭଗବାନ ସାହୁ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଗୁରୁ ଭଗବାନ ସାହୁଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ଏବଂ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଭୁବନ ଭୋଇ ଗୁରୁ ବନ୍ଦନା କରିଥିଲେ।ଏ ଇ ମିସନ ସ୍କୁଲ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ସର୍ଦ୍ଦାର ପ୍ରିଢମ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ, ମୂଖ୍ୟ ଅତିଥି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ପୈାରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝି ବରେଣ୍ୟ ଅତିଥି ବୟୋଜ୍ୟେଷ୍ଠ କଣ୍ଠ ଶିଳ୍ପୀ ଦଧିବାବନ ଶତପଥୀ ମୂଖ୍ୟ ବକ୍ତା ଡ଼ ସୁଜିତ ପୃଷେଠ୍ ଯୋଗଦାନ କରିଥିଲେ, ସଭାପତି ଡ଼ ତପସ୍ୱୀନି ଗୁରୁ ସ୍ଵାଗତ ଭାଷଣ ସମ୍ପାଦକ ସନ୍ତୋଷ କୁମାର ପଣ୍ଡାଙ୍କ ବୀବରଣୀ ପାଠ ପରେ ସଂଗଠନ ସମ୍ପାଦକ ପ୍ରଦିପ ଦେବତାଙ୍କ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବରେ ବରିଷ୍ଠ ସଦସ୍ୟ ଯୁଗଳ ପ୍ରାସାଦ ସିଂ  ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ ପୂର୍ବରୁ ସ୍ଵିକୃତି ପାଇଥିବା କାର୍ଯ ଗୁଡ଼ିକ ପୂରଣ ସହିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। 

         ଶ୍ରୀମତୀ କଳ୍ପନା ମାଝି ମୁନସିପାଲଟି ପରିସରରେ ଗୁରୁ ଭଗବାନ ସାହୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ମୂଖ୍ୟ ଅତିଥି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଅସ୍ମିତାର ମହାନାୟକ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଆନ୍ତରିକତା ପ୍ରଦାନ କରିବାସହ ବିଭିନ୍ନ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ମୂଖ୍ୟ ବକ୍ତା ଡ଼. ସୁଜିତ ପୃଷେଠ୍ ଅସ୍ମିତାର ମହାନାୟକ ଗୁରୁ ଭଗବାନ ସାହୁଙ୍କ ଉପରେ ଡାକଟିକଟ ପ୍ରଚଳନ ଦିଗରେ ମୂଖ୍ୟ ଅତିଥି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ,

ଏହି ଅବସରରେ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ), ନାଟ୍ୟକାର ଅଭିନେତା ଆଖଣ୍ଡଳ ସାହୁ,ବ୍ୟଙ୍ଗ କବି ମନୋରଞ୍ଜନ ସାହୁଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା, ମାନପତ୍ର ପାଠ କରିଥିଲେ ଧର୍ମରାଜ ପ୍ରଧାନ ରାଜକିଶୋର ମହାରଣା ପଞ୍ଚାନନ ବାରିକ, ପ୍ରମୋଦ ଚନ୍ଦ୍ର ଦେବତା ଏବଂ ଟେକଚାନ୍ଦ ଦୁଆନଙ୍କ ମାର୍ଗଦର୍ଶନ ରେ

ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରୁଥିବା ଭବାନୀଶ ଭୋଇ ପଶ୍ଚିମାଞ୍ଚଳ ଏକତା ମଞ୍ଚ, ସୋହେଲା ଦୂର୍ଗା ପୂଜା କମିଟି, ଗୁରୁ ଭଗବାନ ସାହୁ ସ୍ମୃତି କମିଟି ବରପାଲି, ମନ୍ଦାକିନୀ ଶତପଥୀ ଝାରସୁଗୁଡ଼ା, ପ୍ରମୋଦ କୁମାର ସିଂହ ନିରଞ୍ଜନା ଲୟକେରା ଗୁରୁ ଭଗବାନ ସାହୁ କଳା ନିକେତନ ବଲାଙ୍ଗୀରର,ଡ଼.ବାସନ୍ତୀ ମଞ୍ଜରୀ ହନୁମାନ, ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦ, ଡୁଙ୍ଗୁରିପାଲି ସାହିତ୍ୟ ସାଂସ୍କୃତିକ ସଂସଦ,ଉକିଆ ସାହିତ୍ୟ ପରିବାର ସୁବର୍ଣ୍ଣପୁର,କବି କଳାକାର ସଂଘ ଡୁଙ୍ଗୁରିପାଲି,ସୁର ସଙ୍ଗମ ଲୋଇସିଂହା, ଆଜାଦ ଯୁବକ ସଂଘ କୁମ୍ଭାରୀ, ଦୀପକ କୁମାର ସୁନାନୀ ମା ବସ୍ତରେନ କଳା ପରିଷଦ କଳାହାଣ୍ଡି,ଜୁଏହୂଲା ଲୋକ ମହୋତ୍ସବ କମିଟି ବିଶି ପାଲି,୧୦ ମାଇଲ ବିକାଶ ପରିଷଦର, ଗୁରୁ ଭଗବାନ ସାହୁ ଶବ୍ଦ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଅଶୁରଗଡ, ଆଦିବାସୀ ସାଂସ୍କୃତିକ ସଂଘ ଲୋଇସିଂହା, ଗୁରୁ ଭଗବାନ ସାହୁ କଳାବିକାଶ କେନ୍ଦ୍ର ଭେଡେନ, ବାମଣ୍ଡା ସାହିତ୍ୟ ସଂସଦ ଦେବଗଡ଼, କନବାର ର ଶବ୍ଦ ନୃତ୍ୟ ଅନୁଷ୍ଠାନ ପ୍ରମୁଖ  ଅନୁଷ୍ଠାନ କୁ ସମ୍ବର୍ଧିତ କରାଯାଇଥିଲା।

         ଗୁରୁ ଭଗବାନ ସାହୁଙ୍କ ଉପରେ ପ୍ରବନ୍ଧ ଏବଂ ଡିଵେଟ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା, ଗୁରୁଙ୍କ ପଟ୍ଟ ଶିଷ୍ୟ ଦଧିବାବନ ଶତପଥୀଙ୍କ ସଙ୍ଗୀତ ପରିବେଷଣ, ଅଶୁରଗଡର ଶବ୍ଦ ନୃତ୍ୟ ଗୁରୁ ଗଦାଧର ବରିହାଙ୍କ ଶବ୍ଦ ନୃତ୍ୟ,ସନା ଡେନସ୍ ଏକାଡେ଼ମୀ ର ସମ୍ବଲପୁରୀ ଲୋକନୃତ୍ୟ,କନବାର ର ଦଳଗତ ଶବ୍ଦ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା 

ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ମହୋତ୍ସବରେ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ଡ଼ ଯଶବୀର ସିଂ ସୈନୀ, ତୁଳସୀ ଚରଣ ଦାଶ, ବିମଳ କୃଷ୍ଣ ମିଶ୍ର, ଅଚ୍ୟୁତାନନ୍ଦ ବାରିକ, ଉଦ୍ଧବ ବେହେରା ,ଡ଼.ତୁଷାରକାନ୍ତ ସାହୁ,ନୁରାବତୀ ସାହୁ, ସନ୍ତୋଷିନୀ ଦାଶ, ସଙ୍ଗୀତା ଦୀପ, ସନ୍ତୋଷିନୀ ନାଗ, ସଂଘମିତ୍ରା ପଟେଲ, ଶିବାନନ୍ଦ ମଟାରି, ପ୍ରଦୀପ କୁମାର ମିଶ୍ର, ସ୍ମୃତି ସେଫାଳୀ ମେହେର, ଚନ୍ଦ୍ର କାନ୍ତୀ ମେହେର,ସାରଥି ମେହେର, ମାନସ ରଞ୍ଜନ ଦାଶ, ଜଟାଧାରୀ ପ୍ରଧାନ, ଉମେଶ ପ୍ରଧାନ, ରାଜେସ୍ଵର ବେହେରା, ଅନୁପମା ଭୋଇ, ମନୋଜ ବାଗ, ନବ କିଶୋର ଦାଶଙ୍କ ସମେତ ସ୍ମୃତି କମିଟି ର ସମସ୍ତ ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମ କରି ସଫଳ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ବିଭିନ୍ନ ଜିଲ୍ଲାରୁ ବହୁ ସଦସ୍ୟ ଯୋଗଦାନ କରିଥିଲେ    ଶେଷରେ ବରିଷ୍ଠ ସଦସ୍ୟ ରାଜକିଶୋର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ !

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS