BREAKING
Loading...
:

ରଥଯାତ୍ରା ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଗଣିଆରୁ ଗଲା ରଥକାଠ

 ରଥଯାତ୍ରା ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଗଣିଆରୁ ଗଲା ରଥକାଠ 

ଗଣିଆ( ମଣିଭଦ୍ରା ଖବର) ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଉପଲକ୍ଷେ ଗଣିଆ ବନାଞ୍ଚଳରୁ ଦ୍ବିତୀୟ ପର୍ଯ୍ୟାୟରେ ରଥକାଠ କଟାଯାଇଥିବା ଜଣାପଡିଛି । ଗଣିଆ ବନାଞ୍ଚଳରୁ ଆମ୍ବ କାଠ ଗୋଟିଏ ଲଗ୍ ଏବଂ ଶିମିଳି କାଠ ଦୁଇ ଲଗ୍ କଟା ଯାଇଥିଲା । 

କାଠ ଗୁଡ଼ିକୁ ଶନିବାର କଟାଯାଇଥିବା ବେଳେ ସଂଧ୍ୟାରେ ସେଗୁଡ଼ିକୁ ଏକ ଟ୍ରକ ଯୋଗେ ପୁରୀ ରଥଖଳାକୁ ପଠାଇଥିବା ଜଣାପଡିଛି । ରଥ ନିର୍ମାଣ ପାଇଁ କାଠ ଆବଶ୍ୟକ ଥିବାରୁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଗଣିଆ ରେ କାଠ ଚିହ୍ନଟ କରାଯାଇ ଆଜି କାଠ କଟାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଞ୍ଜର ସୁମନ ମାଝି, ଫରେଷ୍ଟର ମନୋଜ ପ୍ରଭାକର ସାହୁ ତଥା କର୍ମଚାରୀ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS