ନିମ୍ବ ଗଛରୁ ଝରୁଛି କ୍ଷୀର l
ଡେରାବିଶ (ମଣିଭଦ୍ରା ଖବର)
ଡେରାବିଶ ବ୍ଲକ କୁଶିଆପାଳ ଗ୍ରାମ ପଞ୍ଚାୟତ ରାସ୍ତା କଡର ଏକ ନିମ୍ବ ଗଛରୁ ଝରୁଛି କ୍ଷୀର। ଏହି କଥା ପ୍ରଘଟିତ ହେବା ପରେ ଉକ୍ତ ସ୍ଥାନ ରେ ସ୍ଥାନୀୟ ଲୋକଙ୍କ ଭିଡ଼ ଯମିଛି। ଏପରିକି ଆଖପାଖ ପଞ୍ଚାୟତ ରୁ ଲୋକ ଧାଇଁ ଆସୁଛନ୍ତି ଏହି ଘଟଣାର ସତ୍ୟତା ଦେଖିବା ପାଇଁ। ଅଧିକାଂଶ ଲୋକ ବିଶେଷ କରି ମହିଳା ମାନେ ଏହାକୁ ଠାକୁର ଙ୍କ ଅଲୌକିକ ଶକ୍ତି କହି ଗଛଟିକୁ ପୂଜା ଅର୍ଚ୍ଚନା କରିବା ଆରମ୍ଭ କରିଦେଇଛନ୍ତି । ବାସ୍ତବରେ ଏହା କଣ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق