ରୋଗିଣା ଗାଇକୁ ସହାୟତାର ହାତ ବଢାଇଲେ ଗଣମାଧ୍ୟମ ପ୍ରତିନିଧି
ହିଞ୍ଜିଳିକାଟୁ ପୌରପରିଷଦ ସ୍ଥିତ। ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର କଡ଼ ବସଟର୍ମୀନାଲ ରାସ୍ତା କଡରେ ଗତକାଲି ଶୁକ୍ରବାର ରାତିରୁ ଏକ ଗାଈ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଆହତ ଅବସ୍ଥାରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରୁଥିଲା ବେଳେ ସେହି ବାଟଦେଇ ଯାଉଥିବା ହିଞ୍ଜିଳିକାଟୁ ପ୍ରେସ କ୍ଲବ ସଦସ୍ୟ ଙ୍କ ଦୃଷ୍ଟିରେ ଗାଇଟିର ଯନ୍ତ୍ରଣା ଜର୍ଜରିତ ଦୟନୀୟ ସ୍ଥିତି ପଡ଼ିଥିଲା। ଏହା ଦେଖି ସେ ତତକ୍ଷଣାତ ପ୍ରାଣୀ ସମ୍ପଦ ବିଭାଗ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ୧୯୬୨ ସହ ଯୋଗାଯୋଗ କରିଥିଲେ । ଶନିବାର ପ୍ରାୟ ୧୨ ଘଣ୍ଟା ସମୟରେ ଯୋଗାଯୋଗ ପରେ ପଶୁ ଓ ପ୍ରାଣୀ ସମ୍ପଦ ବିଭାଗର ଏକ ବାଇକ ସେଠାରେ ପହଞ୍ଚିଥିଲା। ତତପରେ ଗାଇଟିର ଚିକିତ୍ସା ଆରମ୍ଭ ହେଇଥିଲା। ଔଷଧ ଓ ଇଞ୍ଜେକସନ ଦିଆଯିବାର କିଛି ସମୟ ପରେ ଗାଇଟି ଉଠିବାକୁ ଚେଷ୍ଟା କରିଥିଲା । ଗାଇଟିର ଏକ ଆଖି ଗଭୀର କ୍ଷତ ହୋଇ ଥିବା ପରିଦୃଷ୍ଟ ହୋଇଥିଲା। ଏଥି ନିମନ୍ତେ ହିଞ୍ଜିଳିକାଟୁ ପ୍ରେସ କ୍ଳବ୍ କୁ ଧନ୍ୟବାଦ୍ ଦେବା ସହ ଗାଇଟିକୁ ଉତ୍ତମ ଚିକିତ୍ସା ଯୋଗାଇ ଦେଇଥିବା ଭେଟେନରୀ କର୍ମଚାରୀ ସନ୍ତୋଷ କୁମାର ଦାଶଙ୍କୁ ସାଧୁବାଦ ଜଣାଇଛନ୍ତି। ଗାଈ ମାଲିକ ମାନେ ଗାଈମାନଙ୍କୁ ନିଜ ଗୁହାଳରେରେ ନରଖି ଏହିଭଳି ଏଣେତେଣେ ଛାଡ଼ି ଦେଉଥିବା ହେତୁ ଅନେକ ସମୟରେ ଗାଇମାନଙ୍କ ଜୀବନ ବିପଦ ଗ୍ରସ୍ତ ହୋଇପଡ଼ିଥାଏ। ଏତଦବ୍ୟତତ ବୁଲା ଗାଈଗୋରୁଙ୍କ ଯୋଗୁଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିବାର ନଜିର ରହିଛି ଏବଂ ଦୁର୍ଘଟଣା ମଧ୍ୟ ସମୟ ସମୟରେ ଘଟିଥାଏ। ତେଣୁ ଏ ଦିଗରେ ହିଞ୍ଜିଳିକାଟୁ ପୌରପରିଷଦ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହ ଏଭଳି ଅମାନିଆ ଗାଈ ମାଲିକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق