ମେଗା ସ୍ଵାସ୍ଥ୍ୟ ଶିବିର
ଆଜି ଏକ ମେଗା ସ୍ଵାସ୍ଥ୍ୟ ଶିବିର, ଗୋଶାଣ ନୂଆଗାଁ ସ୍ଥିତ ଗୋପାଳ କୃଷ୍ଣ ରଙ୍ଗମଞ୍ଚ ରେ ସ୍ଥାନୀୟ ବ୍ରହ୍ମପୁର ମହାନଗର ନିଗମର 26ନମ୍ବର ୱାର୍ଡ କର୍ପୋରେଟର ଧୀରେଶ କୁମାର ସାଵତଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ଡାକ୍ତର କୁମୁଦ ଚନ୍ଦ୍ର ଦାସ, ଡାକ୍ତର ଗୋପାଳ ପାତ୍ର ଙ୍କ ସହ ତାଙ୍କ ସହଯୋଗୀ ବିପି ଟେଷ୍ଟ, ବ୍ଲଡ଼ ଟେଷ୍ଟ ,ୟୁରିକ ଏସିଡି, ଲିକ୍ୟୁଡ଼ ପୋଫାଇଲ,ECG ସହ ମେଡ଼ିସିନ ବଣ୍ଟନ ଚାଲିଛି । ଗୋଶାଣୀ ନୂଆ ଗାଁ ଅଞ୍ଚଳର ବହୁ ଅଂଚଳ ବାସୀ ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ପୂର୍ବ ତନ ସାଂସଦ ବିଜେଡି ନେତା ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଙ୍କ ସହ ଏହି ଅଂଚଳର ଅବସରପ୍ରାପ୍ତ ଖେଳ ଶିକ୍ଷକ କେଦାର ନାଥ ଚୌଧୁରୀ, ସମାଜସେବୀ ତଥା ଶିକ୍ଷକ ତ୍ରିନାଥ ମହାରଣା, କୃଷ୍ଣ ବେହେରା, ଜିନେସ ସାବତ ଓ କଳୁଆ ମନ୍ଦିର ସଭାପତି ଜଗନ୍ନାଥ ଚୌଧୁରୀ ସହ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق