BREAKING
Loading...
:

ରାଉତ ଆର୍ଟ ଗ୍ୟାଲେରିରେ ଶ୍ରୀଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ

 ରାଉତ ଆର୍ଟ ଗ୍ୟାଲେରିରେ ଶ୍ରୀଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ



ସମ୍ବଲପୁର( ମଣିଭଦ୍ରା ଖବର) ବରପାଲି ସ୍ଥିତ ରାଉତ ଆର୍ଟ ଗ୍ୟାଲେରୀରେ ଶ୍ରୀଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଓଡିଶାର ବିଶିଷ୍ଟ ବାନ୍ଧ ଶିଳ୍ପୀ ସୁରେନ୍ଦ୍ର ମେହେରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଓଡିଶାର ବିଭିନ୍ନ ଜିଲ୍ଲାର ୨୫ ଜଣ ଚିତ୍ରଶିଳ୍ପୀ ଲିନା ମେହେର, ବନ୍ଦନା ପଣ୍ଡା,  ଜ୍ୟୋତ୍ସ୍ନାମୟୀ ମିଶ୍ର, ନମିତା ସାହୁ, ସୁନିତା ହୋତା, ନବ୍ୟା ନାୟକ, ପୂର୍ଣଚନ୍ଦ୍ର ମେହେର,  ଭଗବତ ପ୍ରସାଦ ମିଶ୍ର, ପ୍ରିତିଶ କୁମାର ସାହୁ, ସମୀର ମହାରଣା, କେଶବ କୁଁଅର, ପ୍ରତ୍ୟୁଷ କୁମାର ପଣ୍ଡା, ଆଲୁସ୍କା ବେହେରା, କିରଣ ପ୍ରଭା ମିଶ୍ର,  ତ୍ରିଶା ମେହେର, ସଂସ୍କୃତିକା ପୁରୋହିତ, ମଧୁ ପଣ୍ଡିତ, ଦିପ୍ତିମୟୀ ରଥ, ଅଙ୍କିତା ଜାଲ, ପ୍ରଜ୍ଞ୍ୟାଶ୍ରୀ ବାଗ, ପ୍ରାଚୀ ମହାନ୍ତି,  ମାହି ଯାଦବ, ଆର୍ଯ୍ୟନ୍ ଶର୍ମା , ଆୟୁଷ କିସାନ ଓ ଅନୁପ୍ରଭା ବେହେରାଙ୍କ ଜଗନ୍ନାଥ ପେଣ୍ଟିଙ୍ଗସ୍ ପ୍ରଦର୍ଶିତ ହୋଇ ସମାଜକୁ ଭକ୍ତି, ସେବା ଆଉ ଭାଇଚାରାର ବାର୍ତ୍ତା ଦେଇଛି। ଏହି ପ୍ରଦର୍ଶନୀକୁ ଆଜି ଅଧ୍ୟାପକ, ଛାତ୍ର, ସମାଜସେବୀ ଓ ଜନସାଧାରଣ ପରିଦର୍ଶନ କରି କଳାକାରମାନଙ୍କୁ ଉତ୍ସାହିତ କରି ପେଣ୍ଟିଙ୍ଗସ୍ ଗୁଡିକର ଭୁରି ଭୁରି ପ୍ରଶଂସା କରିଥିଲେ। ଆୟୋଜିତ ଏହି ଶ୍ରୀ ଜଗନ୍ନାଥ ପ୍ରଦର୍ଶନୀ ରଥଯାତ୍ରାରୁ ଆରମ୍ଭ ହେଲା ଓ ବାହୁଡା଼ ଯାତ୍ରା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଉତ ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ଚନ୍ଦ୍ରଶେଖର ରାଉତ କହିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS