BREAKING
Loading...
:

ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ଓ ଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ

 ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ଓ ଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ                            



   ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ହେଉଛି ଏହା ୧୮ ପ୍ରକାର କାମ ଯଥା ବଢେଇ, କମାର, ଧାତୁ କାରିଗର, ତାଲା କାରିଗର,  କୁମ୍ଭାର, ଡଙ୍ଗା ନିର୍ମାତା, ଅସ୍ତ୍ର ନିର୍ମାଣ, ହାତୁଡି ଓ ଉପକରଣ ତିଆରି କାରିଗର, ବଣିଆ, ମୂର୍ତ୍ତୀ କାରିଗର, ମୋଚି, ରାଜମିସ୍ତ୍ରୀ, ଭଣ୍ଡାରୀ, ମାଳି, ଧୋବା, ଦରଜି, ବାଉଁଶ କାରିଗର ଓ ମାଛଜାଲ ନିର୍ମାତା , ସେମାନେ ନିକଟସ୍ତ ଜନ ସେବା କେନ୍ଦ୍ର କୁ ଯାଇ ପଞ୍ଜିକରଣ କରି  ଲାଭ  ଉଠାଇପାରିବେ l ଯଦ୍ବାରା ପ୍ରାର୍ଥୀ ଏକଲକ୍ଷ ଠାରୁ ଦୁଇଲକ୍ଷ ଟଙ୍କା ଋଣ ନେଇପାରିବେ ତଥା ମାଗଣା ପ୍ରଶିକ୍ଷିଣ ସହ ଗ୍ରସ୍ତଖର୍ଚ୍ଚ ଭତ୍ତା ୫୦୦ ଟଙ୍କା ଦିନକୁ ପାଇବେ l ତାସହିତ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ବଜାର ସୁବିଧା ପାଇପାରିବେ l ଏଥିରେ ଆବେଦନକାରୀ ଗୋଟିଏ  ପରିବାର ମଧ୍ଯରୁ ଜଣେ ଏବଂ ୧୮ ବର୍ଷରୁ ଅଧିକ ହୋଇଥିବେ ଓ ୫ ବର୍ଷ ମଧ୍ଯରେ ପିଏମଇଜିପି ଋଣ ପାଇ ନ ଥିବେ କିମ୍ବା ମୁଦ୍ରା , ଏସଭିଏ ନିଧି ଋଣ ପାଇ ଖିଲାପ କରି ନ ଥିବେ l ଯାହାର ଫଳସ୍ବରୂପ ସେ ଆତ୍ମନିର୍ଭରଶୀଳ ହୋଇ ପାରମ୍ପରିକ କୌଳିକ ବୁତ୍ତି ନିୟୋଜିତ ହୋଇପାରିବେ l ଉକ୍ତ ଯୋଜନା ସଂପର୍କରେ ଆଜି  ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ପିସିଏମ କଲ୍ଯାଣ ମଣ୍ଡପ ଠାରେ ମୟୂରଭଞ୍ଜ ଜିଲ୍ଲା ଶିଳ୍ପ କେନ୍ଦ୍ର  ବାରିପଦା ଆନୁକୂଲ୍ଯରେ ସଭାପତି ତଥା ମୁଖ୍ଯ ଅତିଥି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ଓ ଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ସଭା ପ୍ରାରମ୍ଭରେ ମୟୂରଭଞ୍ଜ ଜିଲ୍ଲା ଶିଳ୍ପ କେନ୍ଦ୍ର  ସାଧାରଣ ପରିଚାଳକ  ଭାଗବତ ସୋରେନ ଅତିଥି ପରିଚୟ ଦେଇ ଅତିଥିଗଣଙ୍କୁ  ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ l ଏହାପରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ସଂପର୍କରେ ଭିଡିଓ ମାଧ୍ଯମରେ ପ୍ରଦର୍ଶିତ ହୋଇଥିଲା l ମୁଖ୍ଯବକ୍ତା ଭାବେ  ଏମଏସଏମଇ ଡିଏଫଓ କଟକ ଅଭିମନ୍ଯୁ ମୋଦି ପ୍ରଧାନମନ୍ତ୍ରୀ  ବିଶ୍ବକର୍ମା ଯୋଜନା ସଂପର୍କରେ ସାରଗର୍ଭକ ବକ୍ତବ୍ଯ ଦେବା ପରେ ସମ୍ମାନିତ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଏହି ଯୋଜନାର ଲାଭ ବିଷୟରେ ଲୋକମାନଙ୍କୁ ଜଣାଇଥିଲେ l ମୁଖ୍ଯଅତିଥି ତଥା ସଭାପତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ଦ୍ବାରା ଲୋକେ ଆତ୍ମନିର୍ଭରଶୀଳ ହୋଇ ବିକଶିତ ଭାରତ ଗଠନ ହୋଇପାରିବ ବୋଲି କହିଥିଲେ l କନସଲଟାଣ୍ଟ ପ୍ରଦୀପ୍ତ କୁମାର  କର ଏନଏସଏସ ହୁବ ଓଡିଶା ର ଯୋଜନା ବିଷୟରେ ସୂଚନା ଦେବା ପରେ ମୟୂରଭଞ୍ଜ ସହକାରୀ  ଶିଳ୍ପ ଅଧିକାରୀ ରଘୁନାଥ ବଳ  ରାଜ୍ଯ ସରକାର ଓ ପିଏମଇଜିପିର ଯୋଜନା ସଂପର୍କରେ ସମ୍ଯକ  ବକ୍ତବ୍ଯ ପ୍ରଦାନ କରିଥିଲେ l ଉକ୍ତ ଭବ୍ଯ ସଭାକୁ ସହକାରୀ ଶିଳ୍ପ ଅଧିକାରୀ ମୟୂରଭଞ୍ଜ ଦୀନେଶ ଶଙ୍କର ହୋତା  ପରିଚାଳନା କରିଥିଲା ବେଳେ ମୟରଭଞ୍ଜ ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ  ଭାଗବତ ସୋରେନ ଧନ୍ଯବାଦ ଅର୍ପଣ କରିଥିଲେ l ଏଥିରେ ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକରୁ ଶତାଧିକ ପୁରୁଷମହିଳା ଯୋଗ ଦେଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS