BREAKING
Loading...
:

ଖଣ୍ଡପଡ଼ା ସହର ପରିକ୍ରମା କଲା ବିକାଶ ଗାଡି

 ଖଣ୍ଡପଡ଼ା ସହର ପରିକ୍ରମା କଲା ବିକାଶ ଗାଡି



ଖଣ୍ଡପଡ଼ା ୧୬/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରାଞ୍ଚଳ ବିଭିନ୍ନ ୱାଡ଼ ରେ ସୋମବାର ଦିନ ପରିକ୍ରମା   କରିଛିବିକାଶ ଗାଡି। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଲୋକ ହିତକର ଯୋଜନା ରେ ସଫଳ ରୂପାୟନ ସହ ବିକାଶ ବାର୍ତ୍ତା ନେଇ ବିକାଶ ଗାଡି ସହର ବାସୀଙ୍କୁ ସଚେତନ କରାଇବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପ୍ରସାଶନ ସୂତ୍ରରୁ ଜଣାପଡିଛି। ଖଣ୍ଡପଡ଼ା ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଆରତୀ ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର ଓ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ପତାକା ଦେଖାଇ ବିକାଶ ବାହନ କୁ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟ କ୍ରମରେ ସମସ୍ତ କାଉନସିଲର ସଦସ୍ୟ ଓ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନେ ଯୋଗ ଦେଇଥିଲେ।୨ ଦିନ ମଧ୍ୟ ରେ ଖଣ୍ଡପଡ଼ା ସହରର ମୋଟ ୧୩ ଗୋଟି ୱାଡ଼ର୍ର ଗଳୀ କନ୍ଧି ବିକାଶ ଗାଡି ପରିକ୍ରମା କରିବ ବୋଲି ଖଣ୍ଡପଡ଼ା ଏନ୍ ଏ ସି କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS