BREAKING
Loading...
:

ମୁରିବାହାଲ ରେଞ୍ଜ ଅଞ୍ଚଳ ରେ ନୂତନ ବନା ଞ୍ଚଳ ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ।

 ମୁରିବାହାଲ ରେଞ୍ଜ ଅଞ୍ଚଳ ରେ ନୂତନ ବନା ଞ୍ଚଳ ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ।




ବଲାଙ୍ଗୀର/ମୁରିବାହାଲ   ମୁରିବାହାଲ (ତିଖାଡ଼ି) ରେଞ୍ଜ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ରିଜର୍ଭ ଜଙ୍ଗଲରୁ ବନବିଭାଗର ସହାୟତାରେ ୫୦ ହେକ୍ଟର ବନାଞ୍ଚଳରେ ଏଏନଆର ଗେପ ପ୍ଲାଣ୍ଟେଶନର ଶୁଭଦଘାଟନ ହୋଇଯାଇଛି। ମୁରିବାହାଲ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତିଖାରି ରିଜର୍ଭ ଜଙ୍ଗଲରେ ଗାତଖୋଳି ଶୁଭାରମ୍ଭ କରିଥିଲେ । ମୁରିବାହାଲ ରେଞ୍ଜ (ତିଖାରି )ତେନ୍ତୁଳୀଖୁଣ୍ଟି ରିଜର୍ଭ ଜଙ୍ଗଲରେ ପ୍ଲାଣ୍ଟଟେସନ ଗାତଖୋଲି ଶୁଭାରମ୍ଭ କଲେ ରେଞ୍ଜର

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫରେଷ୍ଟର ପୁଷ୍ପାଞ୍ଜଳି ଯୋଷୀ, ଫରେଷ୍ଟଗାର୍ଡ ଅଜିତ ବେହେରା ,ପାରାଗାର୍ଡ ସୁନୀଲ ତାଣ୍ଡି,ଶିବ ନାୟକ,ଫିଲଡ଼ କର୍ମଚାରୀ ଲକ୍ଷ୍ମୀଧର ତାଣ୍ଡି,ଆଶୀର୍ବାଦ ନାୟକ,ଜଙ୍ଗଲ ସୁରକ୍ଷା କମିଟିର ସଭାପତି କୀର୍ତ୍ତନମଣି ଯାନୀ, ସମ୍ପାଦକ ପୁରନ୍ଦର ମହାକୁର, ସଦସ୍ୟ ମାନେ ବୈକୁଣ୍ଠ ପୁଟେଲ , ବୈକୁଣ୍ଠ ନାଗ, ଲକ୍ଷ୍ମଣ ପୁଟେଲ, କ୍ଷିରସିନ୍ଧୁ ପୁଟେଳ,ହଳଧର ଗହିର,ବସନ୍ତ ଯାନୀ, ଗିରିଧାରୀ ବାଗ, ସରୋଜ କମାର ବାଗ, ସୁଦର୍ଶନ ମହାକୁର ଗୌରାଙ୍ଗ ପଟ୍ଟନାୟକ,ସୁମନ୍ତ ନାଏକ,ଉମା ନାଏକ , କ୍ଷମା ଯାନୀ ସମେତ ଅନେକ ବରିଷ୍ଠ କର୍ମଚାରୀ ତଥା ଗ୍ରାମବାସୀ ଉପସ୍ଥିତଥିଲେ। ଏହି ଅବସରରେ ରେଞ୍ଜର ଶ୍ରୀ ନାୟକ ଗ୍ରାମବାସୀ ଙ୍କୁ ରକ୍ଷଣ ବେକ୍ଷଣ ଉପରେ ବିଶେଷ ଭାବରେ ଆଲୋଚନା କରି ସମସ୍ତଙ୍କୁ ଗଛଟିକୁ କେମିତି ବଞ୍ଚାଇ ପାରିବା ଏହାରି ଉପରେ ଯତ୍ନ ନେବାପାଇଁ ସମସ୍ତଙ୍କୁ କହିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS