ସରକାରୀ ଆର,ଆଇ ପଦବୀ ରେ ବେଆଇନ୍ ନିଯୁକ୍ତ କରି ଦରମା ଦେଇ ଆସୁଥିବା ଆର୍,ଆଇ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି।
ବଲାଙ୍ଗୀର/ଟିଟିଲାଗଡ( ମଣିଭଦ୍ରା ଖବର) ସରକାରୀ ଆର୍,ଆଇ ଅଧିକାରୀ ଭାବେ ନିଜେ ଦାୟିତ୍ୱରେ ରହି ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ନିଯୁକ୍ତ କରାଯାଇଛି। ଏହି ବେଆଇନ୍ ଭାବେ ନିଯୁକ୍ତ କରି ଟିଟିଲାଗଡ ଆର୍,ଆଇ ଦାୟିତ୍ଵ ପ୍ରଦାନ କରା ଯାଇଛି । ଏପରି କି ଆର୍,ଆଇ ଅଧିକାରୀ ଙ୍କ ଭଳି ସେ ସବୁ କାଗଜ, ପତ୍ର ଯାଞ୍ଚ କରିବା ସହ ସମସ୍ତ ଦାୟିତ୍ବ ତୁଲାଇବା ନେଇ ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରକାଶ ଯେ,ଏହି ଆର୍,ଆଇ ଅଧିକାରୀ ତାଙ୍କ ମାସିକ ମୋଟା ଅଙ୍କର ଦରମା ପାଇ କାର୍ଯ୍ୟ ରତ ଥିବା ବେଳେ ସେ ପୂର୍ବରୁ ଆର୍,ଆଇ ଭାବେ କାର୍ଯ୍ୟ ରତ ଥିବା ଓ ସେ କାର୍ଯ୍ୟ ରୁ ଅନ୍ତର ହେବା ପରେ ତାଙ୍କୁ ବର୍ତ୍ତମାନ୍ କାର୍ଯ୍ୟ ରତ ଥିବା ଆର୍,ଆଇ ଅଧିକାରୀ ପୁନଃ ଏହି ଟିଲ୍ଟିଲାଗଡ ଆର୍,ଆଇ ଅଧିକାରୀ ଭାବେ ବେଆଇନ୍ ନିଯୁକ୍ତ କରି ତାଙ୍କୁ ମାସିକ ମୋଟା ଅଙ୍କର ଅର୍ଥ ଦରମା ପ୍ରଦାନ କରିଥିବା ଓ ଉକ୍ତ ଦରମା ଟଙ୍କା ସେ ବେସରକାରି ଭାବେ କିପରି ଦୀର୍ଘ୍ ବର୍ଷ ଧରି ପ୍ରଦାନ କରି ଆସୁଛନ୍ତି ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ରେଭିନ୍ୟୁ ଅଫିସର ମହାଶୟ କାର୍ଯ୍ୟାଳୟ କୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ସାଧାରଣ ଲୋକଙ୍କ ଦୁଃଖ,ଦୁର୍ଦ୍ଦଶା ଦୂର କରିବା ବଦଳ ରେ ନା ନା ଆଳରେ ହଇରାଣ, ହରକତ ସହ ମୋଟା ଅଙ୍କର ଅର୍ଥ ଦାବି କରି ଆସୁଛନ୍ତି ବୋଲି ସାଧାରଣ ରେ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏପରି କି,ସରକାରୀ ପ୍ରମାଣ ପତ୍ର ମାନ ବେଆଇନ୍ ଭାବେ ପ୍ରଦାନ କରିବା ସହ ଦାଖଲ,ଖାରଜ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟ ଦର୍ଶାଇ ଲୋକ ଙ୍କୁ ହଇରାଣ , ହରକତ କରି ଆସୁଥିବା ଅଭିଯୋଗ ହୋଇଛି । ଏ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବେଆଇନ୍ ଆର୍,ଆଇ ନିଯୁକ୍ତି ପ୍ରଦାନ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment