ଦଶମନ୍ତପୂର ସିଡିପିଓ ଭିଜିଲାନ୍ସ ହାତରେ ଧରାପଡିଲେ l
କୋରାପୁଟ (ମଣିଭଦ୍ରା ଖବର) ଏକ ଘଟଣା କ୍ରମରେ କୋରପୁଟ ଜିଲା ଦଶମନ୍ତପୁର ବ୍ଲକ ର ଆଇ ସି ଡ଼ି ଏସ ବିଭାଗର ସିଡିପିଓ ଶ୍ରୀମତୀ ସକନ୍ତୁଳl ଦାସ ଆଡମୁଣ୍ଡlଅଙ୍ଗନ୍ ୱାଡ଼ି ର ଅଙ୍ଗନୱାଡ଼ି କର୍ମୀଠୁ ଅଫିସ କାମ ଓ ଦରମା ପାଇଁ ଦଶହଜାର ଟଙ୍କା ବାରମ୍ବାର ଲାଞ୍ଚ ମାଗିଥିଲେ ଯଦ୍ୱାରା ଅତିଷ୍ଠ ହୋଇକି ଅଙ୍ଗନୱାଡ଼ିକର୍ମୀ ଜୟପୁର ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ l ଜୟପୁର ଭିଜିଲାନ୍ସ ସିଡିପିଓ ଙ୍କୁ ଧରିଥିବା ବେଳେ ଘଟଣାର ଅନୁଧ୍ୟାନ କରୁଛି l
ସୂଚନାଯୋଗ୍ୟ ଗତ କିଛିଦିନ ହେଲା ଜିଲ୍ଲା ରେ ଗୋଟେ ପରେ ଗୋଟେ ସରକାରୀ କର୍ମଚlରୀ ଭିଜିଲାନ୍ସ ର ଜାଲରେ ପଡ଼ୁଥିବାର ଜଣାପଡିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment