*ଟ୍ରକକୁ ଧକ୍କା ଦେଲା ତ୍ରିଥଯାତ୍ରି ବସ୍,୧୦ ଆହତଙ୍କ ମଧ୍ୟରେ ୬ଗୁରୁତର*
ରମ୍ଭାଥାନା ସୁବଳୟା ଛକରେ ଠିଆ ହୋଇଥିବା ଏଇଚର ଟ୍ରକକୁ ଧକ୍କା ଦେଲା ତ୍ରିଥଯାତ୍ରି ବସ୍ । ଆଜି ଭୋର୍ ସମୟର ଏହିଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଆହତଙ୍କୁ ଛତ୍ରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସମସ୍ତ ଆହତମାନେ ଆନ୍ଧ୍ରର ବୋଲି ଜଣାପଡ଼ିଛି । ତ୍ରିଥଯାତ୍ରି ବସ ଡ୍ରାଇଭରର ଆଖି ପଡିଯାଇଥିବା ହେତୁ ଏଭଳି ଦୁର୍ଘଟଣା ହୋଇଥିବା ଶୁଣିବାକୁ ମିଳୁଛି । ଘଟଣା ସ୍ଥଳରେ ରମ୍ଭା ଥାନା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡୁଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق