BREAKING
Loading...
:

ଉପ ଡାକଘରେ ଏକ ଏଟିଏମ୍ କାଉଣ୍ଟର ଖୋଲିବାକୁ ଜନସାଧାରଣ ରେ ଦାବି ।

 ଉପ ଡାକଘରେ ଏକ ଏଟିଏମ୍ କାଉଣ୍ଟର ଖୋଲିବାକୁ ଜନସାଧାରଣ ରେ ଦାବି ।

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଦୀର୍ଘ  ବର୍ଷ ଧରି ସେବା ଯୋଗାଉଥିବା ଉପଡାକ ଘର ପରିସର ମଧ୍ୟରେ ଏକ ଏଟିଏମ୍ କାଉଣ୍ଟର ଖୋଲାଯିବା ପାଇଁ ଉଚ୍ଚ କତୃପକ୍ଷଙ୍କୁ ଜନସାଧାରଣ ଦାବି କରିଛନ୍ତି। ଏହି ଉପ ଡାକଘର ଅଧୀନରେ   ଶତାଧିକ ଗ୍ରାହକ ମାନେ ବିଭିନ୍ନ ସ୍ଥାନ ରୁ ଆସି ଏଠାରେ ସେମାନଙ୍କର ଜମାକରିଥିବା ଟଙ୍କା ରଖାଯାଉଛି ଓ ଉଠାଇ ନେଇ ଯାଉଛନ୍ତି। ବିଭିନ୍ନ ସ୍ଥାନରୁ ଆସିଥିବା କାଗଜ ପତ୍ର, ପାର୍ଶଲ , ବିଭିନ୍ନ ଯୋଜନା ମାଧ୍ୟମରେ ଆସୁଥିବା ସରକାର ଓ ବେସରକାରୀ ସଂସ୍ଥା ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଉପଲବ୍ଧ ଉତ୍ତମ ଗ୍ରାହକ ସେବା ଯୋଗାଇ ଦେବା ପାଇଁ ଏକ ମାତ୍ର ସରକାରଙ୍କ ସଂସ୍ଥା। ଏହି ଉପ ଡାକଘର ଅଧିନରେ ୧୯ ଗୋଟି ଶାଖା ପରିଚାଳିତ ହେଉଛି। ପ୍ରତ୍ୟେକ ଦିନ ଶତାଧିକ ଜନସାଧାରଣ ଆସି ବିଭିନ୍ନ କାର୍ଯ୍ୟ ରେ ଉପ ଡାକଘରଟି ଗହଳି ହୋଇ ଯାଉଥିବାରୁ କର୍ମଚାରୀ ମାନଙ୍କୁ କାର୍ଯ୍ୟ କରିବା ପାଇଁ ବାଧାସୃଷ୍ଟି କରୁଛି ଓ ଠିକ୍ ଭାବରେ କୋୖଣସି କାର୍ଯ୍ୟ ହୋଇପାରୁନାହିଁ। ଟଙ୍କା ଉଠାଇ ପାରୁନାହାନ୍ତି ଯେହେତୁ ସମସ୍ତ ଗ୍ରାହକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ଏକ ଏଟିଏମ୍ କାଉଣ୍ଟର ଖୋଲିବାକୁ ଯାହା ଫଳରେ ଠିକ ସମୟରେ ଟଙ୍କା ଉଠାଇ ପାରିବେ।ଆଉ ଗହଳି ସମସ୍ୟା ଦେଖାଦେବ ନାହିଁ ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS