*ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା, ରଥ ଯାତ୍ରା, ବାହୁଡା ଓ ସୁନାବେଶ ପାଇଁ ସ୍ଥିର ହେଲା ନୀତି ନିର୍ଘଣ୍ଟ.....*
ପୁରୀ (ମଣିଭଦ୍ରା ଖବର) ଚଳିତବର୍ଷ ଜୁନ ୨୭ ତାରିଖ ରଥଯାତ୍ରା ଦିନ ସକାଳ ୬ଟାରେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ଅନୁଷ୍ଠିତ ହେବ। ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି ପରେ ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯିବ। ଅପରାହ୍ନ ୪ଟାରେ ରଥଟଣା ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।ସେହିପରି ଜୁନ ୧୧ ତାରିଖରେ ପଡୁଥିବା ଦେବସ୍ନାନ ପୂର୍ଣ୍ଣିମାର ନୀତି ଅନୁସାରେ ଭୋର ୫ଟାରୁ ପହଣ୍ଡି କରାଯାଇ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଶ୍ରୀବିଗ୍ରହଙ୍କ ସ୍ନାନନୀତି କରାଯିବ।ଅପରାହ୍ନ ସାଢ଼େ ୪ଟାରେ ହାତୀବେଶ ବା ଗଜାନନ ବେଶ ଅନୁଷ୍ଠିତ ହେବ।
ବାହୁଡା ଦିନ ମଧ୍ୟ ଅପରାହ୍ନ ୪ଟା ସୁଦ୍ଧା ରଥ ଟଣା ଯିବ। ଜୁଲାଇ ୬ ତାରିଖ ମହାପ୍ରଭୁଙ୍କ ରଥ ଉପରେ ସୁନାବେଶ ସନ୍ଧ୍ୟା ୫ଟାରୁ ୬ଟା ୩୦ ମଧ୍ୟରେ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏହି ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।
ବୈଠକରେ ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ କରିବା ପାଇଁ ସେବାୟତମାନେ ମତ ରଖିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق