ରୁଦ୍ରମାଧବ ରାୟ ଙ୍କ ୯ମ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳୀ
ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ର ବରପୁତ୍ର, ଜନ ମାନସର ନେତା ପୂର୍ଵତନ ସାଂସଦ ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ 9ମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ କୃଷ୍ଣ ପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା. ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ ପୂର୍ଣ୍ଣମାସି ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରା, +3 ର ଅଧ୍ୟକ୍ଷା ଦୁର୍ଗାବତୀ ଆଚାର୍ଯ୍ୟ, ପ୍ରାକ୍ତନ ବି.ଏସ.କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ରୁଦ୍ରବାବୁ ଙ୍କ ସାନପୁଅ ସୁଦୀପ୍ତ କୁମାର ରାୟ ପ୍ରମୁଖ ମଞ୍ଚାସୀନ ଥିଲେ. ରୁଦ୍ର ବାବୁ ସରପଞ୍ଚ ରୁ ସାଂସଦ ହେବା ପଲ୍ଲୀ ରୁ ଦିଲ୍ଲୀ ଯିବା କମ ଗୌରବ ର କଥା ନୁହେଁ ବୋଲି ଆଲୋଚନା କରା ଯାଇଥିଲା . ତାଙ୍କ ସରଳ ଜୀବନ ଯାପନ ଏବଂ ସମସ୍ତଙ୍କ ସହ ସୁସମ୍ପର୍କ ରକ୍ଷା କରିବା ଗୁଣ ପାଇଁ ସେ ଆଦରଣୀୟ ହୋଇ ପାରି ଥିଲେ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ . ଅନ୍ୟ ମାନଙ୍କ ମଧ୍ୟରେ ପ୍ରସନ୍ନ କୁମାର ପଣ୍ଡା,ସଜ୍ଜନ କୁମାର ରାୟ, ସୁରେଶ କୁମାର ମିଶ୍ର, ଉମାକାନ୍ତ ସାହୁ,ମହେଶ୍ୱର ବେହେରା, ଡା. ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ ନିଜର ବକ୍ତବ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ. ଶେଷରେ ରୁଦ୍ରବାବୁଙ୍କ ପଟ୍ଟ ଶିଷ୍ୟ ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର,ଦଶପଲ୍ଲା
إرسال تعليق