ଏଥର ଓଡିଶାକୁ ସଅଳ ଛୁଇଁଲା ମୌସୁମୀ ବାୟୁ
ଓଡିଶା ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥର ଶୀଘ୍ର ଆସିଛି ମୌସୁମୀ ବାୟୁ । କେରଳକୁ ୮ ଦିନ ପୂର୍ବରୁ ମୌସୁମୀ ଛୁଇଁଥିଲାବେଳେ ଓଡିଶାକୁ ଆଉ ୩ ଦିନ ମଧ୍ୟରେ ଓଡିଶା ଛୁଇଁବ ବୋଲି କୁହାଯାଉଥିଲା ।
ହେଲେ ଶୀଘ୍ର ଛୁଇଁଛି ମୌସୁମୀ।
ଚଳିତ ବର୍ଷ ଜୁନ୍ ମାସରେ ସ୍ବାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବା ନେଇ ଗତକାଲି ପ୍ରେସ୍ ମିଟ୍ କରି ସୂଚନା ଦେଇଥିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୧୦୬ ପ୍ରତିଶତରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق