BREAKING
Loading...
:

ରଥ ଖଳାରେ ଚାଲିଛି ଚକ ଓ ଚଉତା କାମ, ୩୦ଟି ସିଙ୍ଗଡ଼ାର ଅଖ ବିନ୍ଧ ଶେଷ.....*

 *ରଥ ଖଳାରେ ଚାଲିଛି ଚକ ଓ ଚଉତା କାମ, ୩୦ଟି ସିଙ୍ଗଡ଼ାର ଅଖ ବିନ୍ଧ ଶେଷ.....*




ପୁରୀ, ୨୧/୦୫ : ରଥ ଖଳାରେ ମୁଖ୍ୟତଃ ରଥର ଚକ ଓ ଚଉତା କାମ ଚାଲିଛି । ନିର୍ମାଣକାରୀ ଚକ ତିଆରି ଶେଷ କରିବାକୁ ଲାଗିଛନ୍ତି । ଭଉଁରି ପୂର୍ବରୁ ଚକର ଘେର କଟା ସରିଥିଲା। ମଙ୍ଗଳବାର ସୁଦ୍ଧା ମେସିନ୍ ସାହାଯ୍ୟରେ ୩୦ଟି ସିଙ୍ଗଡ଼ାର ଅଖ ବିନ୍ଧ ଶେଷ ହୋଇଛି । ଖରା ଦାଉରୁ ସୁରକ୍ଷା ପାଇଁ ପ୍ରସ୍ତୁତ ଚକରେ ମଙ୍ଗଳବାର ଚାଞ୍ଚ ଘୋଡ଼ାଯାଇଛି।ଏଥିସହ ବିଶ୍ୱକର୍ମାମାନେ ନିରାଡ଼ି କାମ ଆରମ୍ଭ କରିଥିବା ଜଣାଯାଇଛି।


ରଥର ତିନି ଭୂଇଁ ପାଇଁ ୧୨ଟି ଚଉତା କାଠ କଟାହେବ ବୋଲି କହିଛନ୍ତି ନିର୍ମାଣକାରୀ। ଚକଗୁଡ଼ିକର ତିଆରି ଜୋର୍ସୋର୍ରେ ଚାଲିଛି । ପହିକୁ ଅପେକ୍ଷା କରିଥିଲେ ବିଶ୍ୱକର୍ମା । ଏବେ ଅଖ କରତକଳରୁ ପହି ପହଞ୍ଚିବା ପରେ ଚକ କାର୍ଯ୍ୟ ଆଗଉଛି । ଭୋଇ ସେବକମାନେ ସିଙ୍ଗଡ଼ା ବାଡ଼େଇ ବିଶ୍ୱକର୍ମାଙ୍କୁ ଦେଉଛନ୍ତି । ମଙ୍ଗଳବାର ଗରଗରା କଣ୍ଟା ତିଆରି ଆରମ୍ଭ ହୋଇଛି । ରଥର ୨ଟି ଗରଗରାକୁ ଦଣ୍ଡା ସହ ଫିଟିଂ କରିବ ଏହି କଣ୍ଟା । ବଡ଼ଦାଣ୍ଡରେ ସାଇତା କାଠରୁ ଅଖ ଓ ଗୟଳ ହଣା ପାଇଁ ୪୦ ଫୁଟିଆ କାଠ ଖୋଜା ଚାଲିଛି । ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ଆଗେଇ ଚାଲିଛି ରଥ ନିର୍ମାଣ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS