ଜମି ଅଧିଗ୍ରହଣ ରେ ସମସ୍ୟା ନେଇ ଅଧାରେ ଅଟକିଛି ସେତୁ ନିର୍ମାଣ କାର୍ଯ୍ୟ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ରୁ କଣ୍ଟିଲୋ କୁ ସଂଯୋଗ କରୁଥିବା ରାସ୍ତାର ବରକୋଳି ଛକ ଠାରୁ ତେନ୍ତୁଳିଆ ପଲ୍ଲୀ, ମୁଁରାରୀ ପୁରଗ୍ରାମ ଦେଇ କଣ୍ଟିଲୋ ରାସ୍ତା କୁ ସଂଯୋଗ କରୁଥିବା ରାସ୍ତାରେ ପଡୁଥିବା କୁଆଁରିଆ ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ
ଅଧାଗଢ଼ା ହୋଇ ଅଟକିଥିବା ଜଣାପଡିଛି। ଜମି ଅଧିଗ୍ରହଣ ରେ ସମସ୍ୟା ଦେଖାଦେବାରୁ ଏହି ଭଳି ସମସ୍ୟା ସୃଷ୍ଟି ହେବା
ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା ର ପ୍ରାସାସନ ସୁତ୍ରରୁ ଜଣାପଡିଛି। କଣ୍ଟିଲୋ ପାର୍ଶ୍ବ ମାଳ ବନ୍ଧରୁ ନିର୍ମାଣ ଧୀନ କୁଆଁ ରିଆ ସେତୁ କୁ ସଂଯୋଗୀକରଣ ନିମନ୍ତେ ଆବଶ୍ୟକ ପଡୁଥିବା ଜାଗା ଅଧିଗ୍ରହଣ ହୋଇପାରୁନାହିଁ। ଫଳରେ ସେତୁ ନିର୍ମାଣରେ ଠିକା ସଂସ୍ଥା ସମସ୍ୟା ର ସମୁଖୀନ ହେବାକୁ ପଡୁଛି। ସେହିପରି ବରକୋଳି ଛକ ଠାରୁ ତେନ୍ତୁଳିଆ ପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର କିଛି ଅଂଶ ବେକ୍ତିଗତ କବଲତ ମାଲିକଙ୍କ ଜାଗା ଥିବା ରୁ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ ଅଧାଗଢ଼ା ହୋଇ ରହିଛି।ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥିଲେ ହେଁ ସମସ୍ୟା ର ସମାଧାନ ପ୍ରତି ଦୃଷ୍ଟି ଦେଉନଥିବା ହେତୁ ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ପାଳ,ଓ ରାଜସ୍ୱ ବିଭାଗ ଉଚ୍ଚ କତୃପକ୍ଷଙ୍କୁ ଦାବି କରିଛନ୍ତି ଗ୍ରାମ ବାସି ।
إرسال تعليق