BREAKING
Loading...
:

ଅମୃତ ସରୋବର ଆଳରେ ବ୍ୟାପକ ଦୁର୍ନୀତି।

 ଅମୃତ ସରୋବର ଆଳରେ ବ୍ୟାପକ ଦୁର୍ନୀତି।


 ବଲାଙ୍ଗୀର, :ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ବ୍ଲକ ଅଧିନସ୍ତ ନାରେନ ପଞ୍ଚାୟତ  ତଥା ନାରେନ୍ ଗ୍ରାମରେ ଅମୃତ ସରୋବର ଯୋଜନା ଆଳରେ ବ୍ୟାପକ ଦୁର୍ନୀତି କାରବାର ହୋଇ ଥିବା ନେଇ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି । ସରକାରୀ କାଗଜ, କଲମରେ ଖର୍ଚ୍ଚ ଦର୍ଶାଇ ମିଥ୍ୟା ବିଲ, ଭାଉଚର କରି ବିପୁଳ ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀ ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟ ରେ ଅଭିଯୋଗ କରିଥିଲେ ସୁଦ୍ଧା ସେ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ପ୍ରଶାସନ ଓ ନାରେନ ସରପଞ୍ଚ ଯମୁନା ମହାନନ୍ଦ  ଓ ତାଙ୍କ  ସ୍ବାମୀ ବୁଲୁ ମହାନନ୍ଦ ଏଥିରେ ଦୁର୍ନୀତି କରିଥିବା ଲିଖିତ ଅଭିଯୋଗ ପତ୍ର ମାନ ଦାଖଲ କରିବା ସହ ଘଟଣା ର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ନାରେନ୍ ଗ୍ରାମରେ କାମ ହୋଇ ଖୋଲାଣ ଗାଁ ର ଅମୃତ ସରୋବର ର ଫୋଟୋ ଫାଇଲ ରେ ଲଗାଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଗ୍ରାମ ବାସୀ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ପାଇଁ ଦାବି କରି ଛନ୍ତି  ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS