କୋରାପୁଟ ଜିଲ୍ଲା ରେ ମେଟ୍ରିକ୍ ପାସ୍ ହାର ଶତକଡ଼ା ୯୨.୮୩ ପ୍ରତିଶତ
କୋରାପୁଟ/ଓଡ଼ିଶାରେ ଦଶମ ଶ୍ରେଣୀ ର ବୋର୍ଡ ପରୀକ୍ଷା ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି l ଆଉ କୋରପୁଟ ଜିଲାରେ ବି ମେଟ୍ରିକ ର ଫଳl ଫଳ ପ୍ରକାଶିତ ହୋଇଛି l ଜିଲ୍ଲା ରେ ଚଳିତ ବର୍ଷ 16061 ପିଲା ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ 14ହଜାର 7ଶହ 38ଜଣ ପିଲା ପାସ ହୋଇଥିବା ଜିଲ୍ଲା ଶିକ୍ଷlଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି l ଏ 1ବିଭାଗ ରେ 12ଜଣ
ଏ 2ବିଭାଗ ରେ 64ଜଣ
ବି 1ବିଭାଗ ରେ 178ଜଣ
ବି 2ବିଭାଗ ରେ 751
ସି ଗ୍ରେଡ ରେ 2937
ଡି ଗ୍ରେଡ ରେ 6356
ଇ ଗ୍ରେଡ ରେ 4440
ଏଫ ଗ୍ରେଡ ରେ 1136ପିଲା ପାସ ହୋଇଥିବା ବେଳେ ଦୁଇ ଜଣ ପିଲା କପି କରି ଧରlଯାଇଥିବା ଜଣାପଡିଛି l
ଜିଲlରେ ପୁଅ ପିଲା ପରୀକ୍ଷାର୍ଥୀ 7416 ଓ ଝିଅ ପିଲା ପରୀକ୍ଷାର୍ଥୀ 7322ପିଲା ଚଳିତ ବର୍ଷ ପରୀକ୍ଷା ଦେଇଥିବା ବେଳେ ଜିଲl ରେ ପାସ୍ ହାର ଶତକଡ଼ା 92, 83ରହିଛି l ସେହିପରି ଚଳିତ ବର୍ଷ କୋରପୁଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମୟ ସେଖର ସାହୁ ଓ ଚନ୍ଦନ ପରିଡ଼ା ଉଭୟ ଏ ୱାନ ବିଭାଗ ରେ ଜିଲ୍ଲା ରେ ସ୍ଥାନ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଥିବା ଜଣାପଡିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق