ବୁଗୁଡା କଲେଜ୍ ସାମ୍ନାରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର ।
ଦଶପଲ୍ଲା( ଶିବାନୀ ଦୀପାଞ୍ଜଳୀ) ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ବୁଗୁଡା କଲେଜ ସାମ୍ନା ବିଶ୍ରାମାଗାର ଗୃହରେ ଆଜିଜଣେ ଅପରିଚିତ ବୃଦ୍ଧ କଂ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଆଜି ସକାଳ ସମୟରେ ଟି ପି ସି ଓ ଡି ଏଲ୍ କଲେକ୍ଟନ୍ ଏଜେଣ୍ଟ ସନ୍ତୋଷ କୁମାର ତ୍ରୀପାଠୀ ମୃତଦେହ ଦେଖି ଗାଁ ଛକରେ କହିଥିଲେ । ଏହାପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧ କଂ ମୃତ୍ୟୁ ହୋଇଥିବା ଦେଖିଥିଲେ । ଘଟଣାପ୍ରକାଶ ଥାଉକି ଏହି ବୃଦ୍ଧ ବ୍ୟକ୍ତି ଜଣକ ଗତ କିଛିଦିନ ଧରି ଏହି ଅଂଚଳ ରୁ ମାଗିଯାଚି ଖାଇ ବିଶ୍ରାମାଗାର ଗୃହରେ ରହୁଥିଲେ । ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق