BREAKING
Loading...
:

ଗଞ୍ଜାମ ଜିଲ୍ଲାସ୍ତରୀୟ ବିକଶିତ କୃଷି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଉଦ୍ଘାଟିତ !*

 *ଗଞ୍ଜାମ ଜିଲ୍ଲାସ୍ତରୀୟ ବିକଶିତ କୃଷି ସମ୍ପର୍କ ଅଭିଯାନ  କାର୍ଯ୍ୟକ୍ରମ ଉଦ୍ଘାଟିତ !*



ଛତ୍ରପୁର (ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲାସ୍ତରୀୟ ବିକଶିତ କୃଷି ସମ୍ପର୍କ ଅଭିଯାନ  କାର୍ଯ୍ୟକ୍ରମ ଛତ୍ରପୁରଠାରେ ମାନ୍ୟବର ପରିବହନ ଏବଂ ଇସ୍ପାତ ଓ ଖଣି  ମନ୍ତ୍ରୀ ଶ୍ରୀ ବିଭୁତି ଭୁଷଣ ଜେନାଙ୍କର ଉପସ୍ଥିତିରେ ଉଦ୍ଘାଟିତ ହୋଇଯାଇଛି l 

   ଏହି ଅବସରରେ ୨ ଗୋଟି କୃଷି ରଥକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ପତାକା ଦେଖେଇ ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟେଶ ହେଉଛି ନବୀନତମ କୃଷି ପ୍ରବୃତ୍ତି, ପ୍ରାଣୀ ପୋଷଣ, ମାଛ ଚାଷ, ଉଦ୍ୟାନ କୃଷି , ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଅନ୍ୟାନ୍ୟ କୃଷି କ୍ଷେତ୍ରରେ  ଉନ୍ନତି କରିବା ପାଇଁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସଚେତନ କରିବା l “କୃଷି କ୍ଷେତ୍ରରେ ଉନ୍ନତି କରିବା ପାଇଁ ଆଧୁନିକ ପ୍ରବୃତ୍ତି ଓ ପ୍ରଯୁକ୍ତିର ବ୍ୟବହାର , ରାଜ୍ୟର କୃଷକଙ୍କୁ ସରକାରୀ ଯୋଜନା ଓ ସହାୟତା ସମ୍ପର୍କରେ ଜଣାଇବା ଏବଂ ରାଜ୍ୟର କୃଷକଙ୍କୁ ସମ୍ପୃକ୍ତ କରି ତାଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବl ଏହି ଅଭିଯାନ ଆରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମ ୧୫ ଦିନ ଧରି ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ l କାର୍ଯ୍ୟକ୍ରମରେ କୃଷିବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ମାନେ , କୃଷି ବିଭାଗ , ଉଦ୍ୟାନ ବିଭାଗ , ମୃତିକା ସଂରକ୍ଷଣ ବିଭାଗ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସରକାରଙ୍କ ଯୋଜନା ଓ ସହାୟତା ସମ୍ପର୍କରେ ଅବଗତ କରେଇବାସହ ଚାଷୀ ଭାଇ ଓ ଭଉଣୀ ମାନଙ୍କ ସମସ୍ୟା ବୁଝିବେ ଏବଂ ସମାଧାନର ପନ୍ଥା ବାହାର କରି ଉପଯୁକ୍ତ ପରାମର୍ଶ ଦେବେ  l ଏହି ଅବସରରେ ମାନ୍ୟବର ସଂସଦ ବ୍ରହ୍ମପୁର ଡଃ, ପ୍ରଦୀପ କୁମାର ପାଣିଗ୍ରାହୀ , ମାନ୍ୟବର ସଂସଦ ଆସ୍କା ଅନିତା ଶୁଭଦର୍ଶନୀ , ମାନ୍ୟବର ବିଧାୟକ ଛତ୍ରପୁର ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ,ବିଧାୟକ ଚିକିଟି ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ , ବିଧାୟକ କବିସୂର୍ଯ୍ୟନଗର ଶ୍ରୀ ପ୍ରତାପ କୁମାର ନାୟକ , ବିଧାୟକ ଖଲ୍ଲିକୋଟ ଶ୍ରୀ ପୂର୍ଣଚନ୍ଦ୍ର ସେଠି, ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଶୋୟୀ, ମାନ୍ୟବର ବିଧାୟକ ଦିଗପହଣ୍ଡି ଶ୍ରୀ ସିଦ୍ଧାନ୍ତ ମହାପାତ୍ର  ପ୍ରମୁଖ ଉପସ୍ଥିତ ଥିଲେ l  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବିନାରାୟଣ ପଣ୍ଡାଙ୍କ ସମେତ କୃଷି ଓ ଆନୁସଙ୍ଗିକ ବିଭାଗର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS