ପ୍ରତିଶୃତିକୁ ବିତିଗଲା ୩ ମାସରୁ ଅଧିକ,ହୋଇପାରିଲାନି ରାସ୍ତା ନିର୍ମାଣ, ପ୍ରତିଶୃତି ପାଲଟିଲା ପାଣିର ଗାର
ଗଣିଆ (ମଣିଭଦ୍ରା ବ୍ୟୁରୋ ) ଗଣିଆ ଠାରୁ କୁତୁରୀ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ନଦେଖିଲେ ବିଶ୍ବାସ କରି ହେବନାହିଁ । ଗାଡି ମୋଟର ଦୂରର କଥା ପାଦରେ ଚାଲି କରି ଯିବା ସମ୍ଭବ ନୁହେଁ । ଗ୍ରାମବାସୀ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ଗତ ଫେବୃୟାରୀ ୩ ତାରିଖରେ ଗ୍ରାମବାସୀଙ୍କ ତରଫରୁ ବ୍ଳକ ସମ୍ମୁଖରେ ଧାରଣା ଏବଂ ୪ ତାରିଖରେ ରାସ୍ତାରୋକ କରାଯାଇଥିଲା । ଘଟଣାସ୍ଥଳରେ ଉପଜିଲ୍ଲାପାଳ, ଆରଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ ପହଞ୍ଚି ୩ ମାସ ଭିତରେ ରାସ୍ତା ନିର୍ମାଣ ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଇତି ମଧ୍ୟରେ ୩ ମାସ ୧୫ ଦିନ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ହୋଇପାରିନାହିଁ । ପ୍ରଶାସନ ତାଙ୍କ ପ୍ରତିଶୃତିରେ ଆରଡି ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର,ଗଣିଆ ଠାରୁ କଳାପାଟ ରାସ୍ତା ମରାମତି ସଙ୍ଗେ ସଙ୍ଗେ କଳାପାଟଠାରୁ ବଡମୂଳ ନିର୍ମାଣଧିନ ରାସ୍ତା କଂକ୍ରିଟ କରାଯିବା ନେଇ ପ୍ରତିଶୃତି ଦେଇଥିଲେ ।
ଉକ୍ତ ରାସ୍ତାରେ ୪ଟି କଲଭର୍ଟ ସହିତ ୩ କିଲୋମିଟର କଂକ୍ରିଟ ରାସ୍ତା ନିର୍ମାଣ ବାକି ରହିଛି । ଆଗକୁ ବର୍ଷାଦିନ ଆସିଲେ ରାସ୍ତା କାମ ଏବଂ ନାଳକାମ ହୋଇପାରିବ ନାହିଁ କି ଜମିରେ ବାଇପାସ୍ ରାସ୍ତା ନିର୍ମାଣ ହୋଇପାରିବ ନାହିଁ । ପ୍ରତିଶୃତିର ପାଖାପାଖି ୩ ମାସ ୧୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରତିଶୃତି ପାଣିର ଗାର ପାଲଟିଛି । ରାସ୍ତାର ଦୂରାବସ୍ଥା ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ ସହିତ ମରାମତି କରିବାକୁ ଆଞ୍ଚଳିକ ବିକାଶ ପରିଷଦ ଓ ଗ୍ରାମବାସୀ ଦାବି କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ
Post a Comment