BREAKING
Loading...
:

୫ ହଜାର ମହୁଲ ପୋଚ ନଷ୍ଟ ସହିତ ୨୭୦ ଲିଟର ଦେଶୀମଦ ଓ ବାଇକ ଜବତ

 ୫ ହଜାର ମହୁଲ ପୋଚ ନଷ୍ଟ ସହିତ ୨୭୦ ଲିଟର ଦେଶୀମଦ ଓ ବାଇକ ଜବତ 




 ମୋରଡା (ମଣିଭଦ୍ରା ଖବର) ବେଆଇନ ଚୋରା ଦେଶୀମଦ ପ୍ରସ୍ତୁତ କାରଖାନା ଉପରେ ଅତର୍କିତ ଚଢ଼ାଉ କଲା ଅବକାରୀ ବିଭାଗ। ପାଞ୍ଚ ହଜାର ଲିଟର ପୋଚ ନଷ୍ଟ କରିବା ସହିତ ୨୭୦ ଲିଟର ଦେଶୀମଦ ଏବଂ ଗୋଟିଏ ବାଇକ ଜବତ କରିଛି ଅବକାରୀ ବିଭାଗ। ତେବେ ମୟୂରଭଞ୍ଜ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଟ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁଙ୍କ  ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମୋରଡ଼ା ଅବକାରୀ ଥାନା ଅଧିକାରୀ ଦୀପକ କୁମାର ରାଉତଙ୍କ ନେତୃତ୍ବରେ ବାରିପଦା ମୋବାଇଲ ସ୍କ୍ୱାର୍ଡ,ବାରିପଦା ଅବକାରୀ ରେଞ୍ଜ, ମୋରଡ଼ା,ବେତନଟି ଏବଂ ଦେଉଳି ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ।  ଯୋଜନାବଦ୍ଧ ଭାବେ ମୋରଡା ବ୍ଲକ ଏବଂ ବେତନଟି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରିଛି ବିଭାଗ l  ମୋରଡା ଅବକାରୀ ଥାନା ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ମୁତାବକ, ଆଜି ସକାଳ ସମୟରେ ଭାଲୁକଚୁଆ ଗ୍ରାମର ଏକ ବେଆଇନ ଚୋରା ଦେଶୀମଦ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରି ୩୪୦୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହିତ ୧୫୦ ଲିଟର ଦେଶୀମଦ ଏବଂ ମଦ ତିଆରି ପାଇଁ ବ୍ୟବହୃତ ୭୧ଟି ଡ୍ରମ ଜବତ କରିଛି ଅବକାରୀ ବିଭାଗ l ସେହିପରି  ବନ୍ଧସାହି ଗ୍ରାମରେ ଚଢ଼ାଉ କରି ୧୬୦୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହିତ ୧୨୦ ଲିଟର ଦେଶୀମଦ ଏବଂ ୧୮ଟି ଡ୍ରମ ଜବତ କରିଛି ବିଭାଗ l ଚଢ଼ାଉ ସମୟରେ ଏକ ବାଇକରେ ଦେଶୀମଦ ବୋଝେଇ ହୋଇଥିବା ବେଳେ ବାଇକକୁ ମଧ୍ୟ ଜବତ କରିଛି ବିଭାଗ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS