ଦେଶୀମଦ ରନ୍ଧା ଭାଟିରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଯୋଗିଆପଲ୍ଲୀ ପଞ୍ଚାୟତର ବଡ଼ହାମରା, ବୁଢିଝାରରେ ଥିବା ଘଞ୍ଚ ଜଙ୍ଗଲରେ ବେଆଇନି ଭାବେ ଦେଶୀ ମଦ ରନ୍ଧା ହେଉଥିବା ନେଇ ଖବର ମିଳିବାପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ୨୯୫ ଲିଟର ଦେଶୀ ମଦ ସହ ୪୮୦୦ ଲିଟର ପୋଚକୁ ନଷ୍ଟ କରିଛି ବିଭାଗ। ତେବେ ଚଢାଉ ବାବଦରେ ସୂଚନା ପାଇ ମାଫିଆ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ଦେଇଛି ଅବକାରୀ ବିଭାଗ। ଅନ୍ୟପକ୍ଷରେ ସ୍ଥାନୀୟ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ଏଭଳି କାରବାର ବୃଦ୍ଧି ପାଉଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଡମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଡିଏସପି ବିକାଶ କୁମାର ନାୟକଙ୍କ ନେତୃତ୍ବରେ ଆଇଆଇସି ଧିରେନ କୁମାର ବେହେରା, ଏଏସଆଇ ଥବିର କୁମାର ପଟ୍ଟନାୟକ ପ୍ରମୁଖ ସାମିଲ ଥିବା ସୂଚନା ମିଳିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment