BREAKING
Loading...
:

ଶ୍ରୀ ଜଗନ୍ନାଥ ଧାମରୁ ମଲୀପଶି ଜଗନ୍ନାଥ ମନ୍ଦିରକୁ ଆସିଲା ଆଜ୍ଞାମାଳ।

 ଶ୍ରୀ ଜଗନ୍ନାଥ ଧାମରୁ ମଲୀପଶି ଜଗନ୍ନାଥ ମନ୍ଦିରକୁ ଆସିଲା ଆଜ୍ଞାମାଳ।             

 


ପାଟଣା (ମଣିଭଦ୍ରା ଖବର) କେନ୍ଦୁଝର ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତର ମଲୀପଶି ଛକରେ ଜଗନ୍ନାଥ ମନ୍ଦିର ରହିଛି। ଏଠାରେ ପ୍ରତିବର୍ଷ ଜାକଜମକରେ ରଥଯାତ୍ରା ଅନୁଷ୍ଠିତ ହୁଏ ହଜାର ହଜାର ଭକ୍ତ ଯୋଗ ଦିଅନ୍ତି। ତେବେ ଏହି ଜଗନ୍ନାଥ ମନ୍ଦିରକୁ ପୁରୀ ଜଗନ୍ନାଥ ଧାମରୁ ଆଜ୍ଞା ମାଳ ଆସିଛି। ପୁରୀରୁ ଦାରୁ ବ୍ରହ୍ମ ପ୍ରତିଷ୍ଠା ସଂସ୍ଥାନକୁ ଆଜ୍ଞା ମାଳ ଆସିବା ପରେ ଭକ୍ତି ଉତ୍ସାହର ସହ ଘଂଟଘଣ୍ଟା ହୁଳୁହୁଳି ନାଦ ମଧ୍ୟରେ ମାଳକୁ ଗାଁରେ ପରିକ୍ରମା କରାଯାଇଥିଲା। ଅକ୍ଷୟ ତୃତୀୟା ଦିନ ରଥକାଠ ଅନୁକୂଳ ହେଉଥିବା ବେଳେ ପୁରୀରୁ ଆଜ୍ଞାମାଳ ଆସିବା ପରେ ଏଠାରେ ରଥଯାତ୍ରା ଲାଗି ଯୋଜନା ଆରମ୍ଭ ହୋଇଥାଏ। ଏଥର ଭବ୍ୟ ରଥଯାତ୍ରା ଆୟୋଜନ କରିବା ଲାଗି ମନ୍ଦିର ଦାରୁ ବ୍ରହ୍ମ କମିଟି ପକ୍ଷରୁ ଆୟୋଜନ ଆରମ୍ଭ ହେଉଥିବା ଖବର ଆସିଛି।  ଜୟ ଜଗନ୍ନାଥ ଧ୍ବନିରେ ଅଞ୍ଚଳର ଗଗନ ପବନ ପ୍ରକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS