BREAKING
Loading...
:

ରାୟଗଡ଼ ପୌର ପରିଷଦ ଆନୁକୁଲ୍ଯରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ)-୨.୦” ସ୍ଵତନ୍ତ୍ର ସଚେତନତା ଶିବିର ଉଦ୍ ଘାଟିତ

 ରାୟଗଡ଼ ପୌର ପରିଷଦ ଆନୁକୁଲ୍ଯରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ)-୨.୦” ସ୍ଵତନ୍ତ୍ର ସଚେତନତା ଶିବିର ଉଦ୍ ଘାଟିତ 


ରାୟଗଡ:-- ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ  ନିର୍ଦେଶ କ୍ରମେ ରାୟଗଡା ପୌରପରିଷଦ ଆନୁକୁଲ୍ଯରେ ପୌର ପରିଷଦ ସଭା ଗୃହରେ   “ପ୍ରଧାନମନ୍ତ୍ରୀ ଆବସ ଯୋଜନା (ସହରୀ)-୨.୦” ସ୍ଵତନ୍ତ୍ର ସଚେତନତା ଅଭିଯାନ ଶିବିର ଉଦଘାଟିତ ହୋଇଯାଇଅଛି । ଦେଶର ସହରାଞ୍ଚଳରେ ବାସ କରୁଥିବା ସମସ୍ତ ଯୋଗ୍ୟ ଆର୍ଥିକ ଅନଗ୍ରସର ଏବଂ ନିମ୍ନ ଆୟ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ସେମାନଙ୍କ ମୁଣ୍ଡ ଉପରେ ପକା ଛାତ ଗଢିତୋଳିବା ଏହି ଯୋଜାନାର ମୂଳ ଲକ୍ଷ ଅଟେ । ଏହି ସଚେତନତା ଶିବିର ରାୟଗଡ଼ ପୌରପରିଷଦର ସମସ୍ତ ୨୪ ଗୋଟି ୱାର୍ଡର ଜନସାଧାରଣଙ୍କ ନିମନ୍ତେ ପର୍ଯ୍ୟାୟ କ୍ରମେ ୧ ମେ ୨୦୨୫ ଠାରୁ  ୧୫ ମେ ୨୦୨୫ ମଧରେ ଆୟୋଜନ କରାଯିବ ବୋଲି ପରିଷଦର ନିର୍ବାହୀ ଅଧିକାରୀ ମତବ୍ୟକ୍ତ କରିଥିଲେ । ଏହି ସଚେତନତା ଶିବିରରେ ରାୟଗଡ଼ ପୌରପରିଷଦ ଅଧୀନରେ  “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ପାଇ ଉପକୃତ ହୋଇଥିବା ତଥା ନିଜର ଜୀବନ ଶୈଳୀକୁ ଉନ୍ନତ ମାନର କରିପାରିଥିବା ଜଣେ ସଫଳ ମହିଳା ହିତାଧିକାରୀ “ଚିନ୍ତାଡ଼ା ଭବାନୀ “ ୱାର୍ଡ ନ.୯ ର ଅଧିବାସୀଙ୍କୁ ପ୍ରକଳ୍ପ ନିର୍ଦେଶକ, ଜିଲା ନଗର ଉନ୍ନୟନ ସଂସ୍ଥାଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି ସଭାରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡ, ପରିଷଦର ଅଧକ୍ଷ ଶ୍ରୀ ପି ମହେଶ କୁମାର ପଟନାୟକ , ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର , ଉପାଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା , ସମସ୍ତ ପାରିଷଦ ବର୍ଗ, ଜିଲା ନଗର ଉନ୍ନୟନ ସଂସ୍ଥାର କର୍ମକର୍ତା, ପରିଷଦର ସମସ୍ତ କର୍ମଚାରୀ, ସମସ୍ତ ସ୍ବଚ୍ଛ ସାଥି, ସ୍ବଚ୍ଛ ସୁପରଭାଇଜର  ତଥା ସାମାଜିକ ଗଣମାଧ୍ୟମର ପ୍ରତିନିଧୀମାନେ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS