ଲଂକାପୋଡି ଯାତ୍ରା ର ୧୦ ମ ଦିଵସ,ବୀରାୟୁଧ ବଦ୍ଧ ଓ ବେଢା ପରିକ୍ରମା ।
ଦଶପଲ୍ଲା (ଚିତ ରଂଜନ ମିଶ୍ର) ମହାବୀର କ୍ଷେତ୍ର ଦଶପଲ୍ଲାରେ ଚାଲିଥିବା ଭାରତ ପ୍ରସିଦ୍ଧ, ସର୍ବ ପୁରାତନ ମୁକ୍ତାକାଶ ରଂଗମଂଚ ଐତିହାସିକ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ୧୦ମ ଦିବସ ପୂର୍ବାହ୍ନ ରେ ପ୍ରଭୂ ଶ୍ରୀ ଶ୍ରୀ ରଘୁନାଥ କଂ ମନ୍ଦିରରେ ,ଅରଣ୍ୟ କାଣ୍ଡର ଅୟମାରମ୍ଭ ସହିତ ପଂଚବଟି ଅବସ୍ଥାନ , ବୀରାୟୁଧ ବଦ୍ଧ, ବନ ଭ୍ରମଣ ଓ ବେଢା ପରିକ୍ରମା ନୀତି ପାରଂପାରିକ ରିତିନିତୀ ଅନୁଯାଇ , ସ୍ବତ୍ରୀୟ ବୈଦିକ ବ୍ରାହ୍ମଣ ଓ ସେବାୟତ ମାନକଂ ଦ୍ବାରା ସଂପର୍ଣ୍ଣ ହୋଇଥିଲା । ରାତ୍ରରେ ମନ୍ଦିର ସମ୍ମୁଖସ୍ଥ ମୂଖ୍ୟ ମଂଚରେ ନିଷ୍ଠା, କାଷ୍ଠାରେ ରହିଥିବା ବ୍ରତଧାରୀ କଳାକାର ମାନକଂଦ୍ବାରା ରାମଲୀଳା ପରିବେଷଣ କରାଯାଇଥିଲା,ପଂଚବଟି ପ୍ରବେଶ , ବନ ଭ୍ରମଣ , ଅଗସ୍ତିମୂନୀ ଆଶ୍ରମରେ ପ୍ରଭୂ ରାମଚନ୍ଦ୍ର ଅଗସ୍ତିମୂନୀ କୁଂ ଦର୍ଶନ କରିବା ସହିତ , ଅଗସ୍ତିମୂନୀ ପ୍ରଭୂ ଶ୍ରୀରାମ କୁଂ ବ୍ରହ୍ମାସ୍ତ୍ର ଓ ଅକ୍ଷୟ ତ୍ରୁଣୀର ପ୍ରଦାନ କରନ୍ତି । ମୂନୀପତ୍ନୀ ଅନୁସୂୟା ମାତା ସୀତାଙ୍କୁ ଅମ୍ଳାନ ବସ୍ତ୍ର ପ୍ରଦାନ କରନ୍ତି । ଏହାପରେ ପଂଚବଟି ରେ ବୀରାୟୁଧ ବଦ୍ଧ ନିଳାଭିନୟ ନୀତି ଓ ପରଂପରା ସହିତ ଅନୁଷ୍ଠିତ ହୋଇଥିଲା । ଓଡିଶାର ଅନ୍ୟତମ ବିଶିଷ୍ଠ ଭକ୍ତକବି ବିକ୍ରମ ନରେନ୍ଦ୍ର କଂ ବିରଚିତ ରାମଲୀଳା ପୋଥିଗୀତ ସାଂଗକୁ କେଇହଳ ଗିନି ଓ ପାରଂପାରିକ ବାଦ୍ୟଯନ୍ତ୍ର ସାହାଯ୍ୟରେ ଏହି ଅଢେଇପାଦିଆ ନିଳାଭିନୟ ଅନୁଷ୍ଠିତ ହୋଇଥାଏ , ଯାହାକି ଓଡିଶା ର ଅନ୍ୟ କୈଣଷି ସ୍ଥାନରେ ଦେଖିବାକୁ ମିଳେନାହିଁ । ଆଜିର ନୀଳାଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନମୁଗ୍ଧକର ହୋଇଥିଲା , ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ବହୁ ଲୋକଙ୍କ ସମାଗମ ହୋଇ ଏହି ଦୃଶ୍ୟ ଉପଭୋଗ କରିଥିଲେ ।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment