BREAKING
Loading...
:

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର,ଖେଳ ଶିକ୍ଷକ ପଢ଼ାଉଛନ୍ତି ଇଂରାଜୀ, ନାହିଁ ନାହିଁରେ ରାଜିଙ୍ଗି ବିଦ୍ୟାଳୟ

 ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର,ଖେଳ ଶିକ୍ଷକ ପଢ଼ାଉଛନ୍ତି ଇଂରାଜୀ, ନାହିଁ ନାହିଁରେ ରାଜିଙ୍ଗି ବିଦ୍ୟାଳୟ, ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ

ଗଣିଆ (ବ୍ୟୁରୋ)  ଦେଶରେ ନୂତନ ଶିକ୍ଷା ନୀତି ଲାଗୁ ହୋଇଛି । ଏପଟେ ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ପିଏମଶ୍ରୀ ସ୍କୁଲରେ ପରିଣତ ହୋଇଛି । ସୁ ଉଚ୍ଚ ଅଟ୍ଟାଳିକା ସହିତ ସ୍ମାର୍ଟ୍ କ୍ଳାସରୁମ ମଧ୍ୟ ତିଆରି ହୋଇଛି । କିନ୍ତୁ ପାଠପଢ଼ା ହେଉଛି କି ନାହିଁ ସେ ସମ୍ପର୍କରେ ତଦାରଖ କରାଯାଉନାହିଁ । ଫଳରେ ଅନେକ ବିଦ୍ୟାଳୟରେ ଏବେ ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ପାଲଟିଗଲାଣି । ନୟାଗଡ ଜିଲ୍ଲା ଗଣିଆ ବ୍ଳକ ରାଜିଙ୍ଗି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ଛାତ୍ର ଛାତ୍ରୀ  ପାଖାପାଖି ୧୪୫ ଜଣ ଅଛନ୍ତି କିନ୍ତୁ ଖେଳ ଶିକ୍ଷକ ପଢ଼ାଉଛନ୍ତି ଇଂରାଜୀ । ନିଜେ ପ୍ରଧାନଶିକ୍ଷୟତ୍ରୀ ପଢ଼ାଉଛନ୍ତି ହିନ୍ଦୀ । ଏ ହେଉଛି ବାସ୍ତବ ଚିତ୍ର । ଗଣିଆ ବ୍ଳକ ରାଜିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ୧୪୫ ଜଣ ଛାତ୍ର ଛାତ୍ରୀ । ତେବେ ଦୁଃଖ ଏବଂ ପରିତାପର ବିଷୟ ଏଠାରେ ୯ମ ଶ୍ରେଣୀରେ ଇଂରାଜୀ ପଢ଼ାଉଛନ୍ତି ଖେଳ ଶିକ୍ଷକ । ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ଧରି ଏଭଳି ଚାଲୁରହିଛି । ଏପରି ଅବସ୍ଥାରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କ'ଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଦୀର୍ଘ ଦିନ ହେବ ହିନ୍ଦୀ ଶିକ୍ଷକ ନଥିବା ବେଳେ ପ୍ରଧାନଶିକ୍ଷୟତ୍ରୀ ‌ହିନ୍ଦୀ ପଢ଼ାଉଛନ୍ତି । ଦୀର୍ଘ ଦିନ ଧରି ଏଭଳି ଅବସ୍ଥା ଥିଲେ ମଧ୍ୟ ଗଣିଆରେ ଶିକ୍ଷା ବିଭାଗ କୋମାରେ ଥିବା ପରିଲିକ୍ଷିତ ହେଉଛି । ଗଣିଆ ହେଡକ୍ବାର୍ଟର ଠାରୁ ୨୦ କିଲୋମିଟର ଦୂରରେ ଥିବା ଉକ୍ତ ବିଦ୍ୟାଳୟକୁ ବିଭାଗୀୟ ଅଧିକାରୀଙ୍କ ପାଦ ପଡୁନଥିବା ଅଭିଯୋଗ କରିଛନ୍ତିି ଅଭିଭାବକ । ଖେଳ ଶିକ୍ଷକ ଇଂରାଜୀ ପଢ଼ାଉଥିବା ଘଟଣା ବିଭାଗୀୟ ଅଧିକାରୀ ଜାଣିଛନ୍ତି ନା ଜାଣିଶୁଣି ନଜାଣିବାର ଅଭିନୟ କରୁଛନ୍ତି । ଏତଦବ୍ୟତୀତ ଉକ୍ତ ବିଦ୍ୟାଳୟରେ ଦୀର୍ଘ ଦିନ ହେବ କିରାଣୀ ନଥିବା ବେଳେ ବିଦ୍ୟାଳୟ ଚାରିପାଖେ ପାଚେରୀ ନାହିଁ,ଖେଳପଡିଆ ନାହିଁ, କମ୍ପୁଟର ଲ୍ୟାବ ନାହିଁ କି ଆବଶ୍ୟକୀୟ ଶ୍ରେଣୀଗୃହ ମଧ୍ୟ ନାହିଁ । କହିବାକୁ ଗଲେ ଭିତ୍ତିଭୂମିର ସଂପୂର୍ଣ୍ଣ ଅଭାବ ଦେଖିବାକୁ ମିଳିଛି ଉକ୍ତ ବିଦ୍ୟାଳୟରେ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଥିବା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏ ହେଉଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଆଗାମୀ ଶିକ୍ଷା ବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ ଯଦି ଶିକ୍ଷକ ନିଯୁକ୍ତି ନହୁଅନ୍ତି ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ଏଥିରେ ସନ୍ଦେହ ନାହିଁ ବୋଲି ଅଭିଭାବକ ମାନେ ମତବ୍ୟକ୍ତ କରିଛନ୍ତି । ଏ ସମ୍ପର୍କରେ ପ୍ରଧାନଶିକ୍ଷୟତ୍ରୀ ଡ଼ ସୁସ୍ମିତା ଦାଶଙ୍କୁ ପଚାରିବାରୁ ସେ ବାରମ୍ବାର ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି । ତେବେ ଛାତ୍ର ଛାତ୍ରୀ ମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ଉକ୍ତ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ସହିତ ଆବଶ୍ୟକତା ପୂରଣ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS